ଓଡିଶୀ ର ଛନ୍ଦେ ଛନ୍ଦେ ଛନ୍ଦାୟୀତ ମହୋତ୍ସବ ମଞ୍ଚ

👇समाचार सुनने के लिए यहां क्लिक करें

ଓଡିଶୀ ର ଛନ୍ଦେ ଛନ୍ଦେ ଛନ୍ଦାୟୀତ ମହୋତ୍ସବ ମଞ୍ଚ
ବୋଲଗଡ (ସିଧା ସମ୍ବାଦ)ବୋଲଗଡ ଠାରେ ଆୟୋଜିତ ବୋଲଗଡ ମହୋତ୍ସବ ଆଶା ୨୦୨୫ର ୪ର୍ଥ ସନ୍ଧ୍ୟାରେ ଓଡିଶୀର ଛନ୍ଦେ ଛନ୍ଦେ ଦୋଳାୟିତ ହେଲା ମୁକ୍ତାକାଶ ମହୋତ୍ସବ ମଞ୍ଚ. ବୋଲଗଡ ବଂଶୀଧର ସଂଗୀତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଓଡିଶୀ ନୃତ୍ୟରେ ମନ୍ତ୍ରମୁଗ୍ଧ ଦର୍ଶକ. ଆଜିର ସନ୍ଧ୍ୟାରେ ବିଧାୟକ ପ୍ରଦୀପ କୁମାର ସାହୁ ଙ୍କ ଅଧକ୍ଷତାରେ ଅତିଥି ଭାବରେ ତହସିଲଦାର ବିଜୟ ସେଠି ଥାନା ନିରୀକ୍ଷକ ସୁକାନ୍ତ ଦଳେଇ ଏବିଡ଼ିଓ ଡ଼. ରତିକାନ୍ତ ମିଶ୍ର, ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ ସ୍ୱାଇଁ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା ପ୍ରମୁଖ ଯୋଗଦେଇ ବୋଲଗଡ ଅଂଚଳର ସଂସ୍କୃତି ଓ କଳା ବିଶ୍ୱବିଦିତ ଓ ପ୍ରେରଣାଦାୟୀ ବୋଲି ପ୍ରକାଶ କରିଥିଲେ. ଏହି ଅବସରରେ ବୋଲଗଡ ସମ୍ମାନ ରେ ଯୁବ ସମାଜସେବୀ ବାସୁଦେବ ସାହୁ କଳାକାର ଧନେଶ୍ୱର ସେଠି,ପ୍ରମୋଦ ଓଝା ସାମ୍ବାଦିକ ହାଡିବନ୍ଧୁ ଲେଙ୍କା, ଆଦର୍ଶ ଶିକ୍ଷକ ପୀତବାସ ଲେଙ୍କାଓ କୁନି ଶିଳ୍ପୀ ସ୍ମୃତିରଞ୍ଜନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି.କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଶ୍ରୀକାନ୍ତ ଓ ସୋମେଶ.ପରିଶେଷରେ ସମ୍ପାଦକ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ.

Sidha Sambad
Author: Sidha Sambad

Leave a Comment

और पढ़ें