ଦିଲ୍ଲୀରେ ଗଡ଼ିବ ଓଡ଼ିଶା ପ୍ରଜ୍ଞାପନ ମେଢ଼,-ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼, କର୍ତ୍ତବ୍ୟ ପଥରେ ବଖାଣିବ ରାଜ୍ୟର ଐତିହ୍ୟ।

👇समाचार सुनने के लिए यहां क्लिक करें

ଭୁବନେଶ୍ବର:

-ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼, କର୍ତ୍ତବ୍ୟ ପଥରେ ବଖାଣିବ ରାଜ୍ୟର ଐତିହ୍ୟ।

ଦିଲ୍ଲୀ ଦରବାରରେ ଝଲସିବ ଓଡ଼ିଶାର କଳାସଂସ୍କୃତି।  ଦେଶ ଦେଖିବ ଓଡ଼ିଶାର ଐତିହ୍ୟ, ପରମ୍ପରା ଆଉ ସାଂସ୍କୃତିକ ସମୃଦ୍ଧି।  ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ୧୭ଟି ରାଜ୍ୟ ସମେତ ୧୩ଟି ମନ୍ତ୍ରଣାଳୟ ପକ୍ଷରୁ ମୋଟ ୩୦ଟି ମେଢ଼ ଗଡ଼ିବ।  ପ୍ରତିରକ୍ଷା ମଞ୍ଜୁରି ମିଳିଛି। ସ୍ବଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ନେଇ ଚଳିତ ବର୍ଷ ପାଇଁ ପ୍ରଜ୍ଞାପନ ମେଢ଼ର ବିଷୟବସ୍ତୁ ‘ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ’ ଆଧାରରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ କୃଷିରୁ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ଗଠନରେ ଓଡ଼ିଶାର ଅବଦାନ ଦେଖିବାକୁ ମିଳିବ।  ଇମାଜରି ସଂସ୍ଥାକୁ ଦିଆଯାଇଛି ଏହାର ନିର୍ମାଣ ଦାୟିତ୍ବ।

ଓଡ଼ିଶାର କୃଷି ଓ ସାଂସ୍କୃତିକ ସମୃଦ୍ଧିରୁ ଆଧୁନିକ ଶିଳ୍ପ, ଦକ୍ଷତା ବିକାଶ ଏବଂ ନବସୃଜନ ଓ ପ୍ରଯୁକ୍ତିର ଏକ ସମ୍ମିଳିତ ଦୃଶ୍ୟ ଉପସ୍ଥାପନ କରାଯିବ। ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ବୟ ରଖି ଓଡ଼ିଶା କିପରି ତାହାର ପ୍ରାକୃତିକ ସମ୍ପଦ, ସାଂସ୍କୃତିକ ଐତିହ୍ୟ, ମାନବ ସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟା ଉପଯୋଗରେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନକୁ ଇନ୍ଧନ ପ୍ରଦାନ କରୁଛି, ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ପ୍ରଦର୍ଶିତ ହେବ। କୃଷି, ଶିଳ୍ପ, ଅର୍ଥନୀତି, ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ସମାଧାନ ଆଦି ବିଭିନ୍ନ ପ୍ରତୀକାତ୍ମକ ଉପାଦାନଗୁଡ଼ିକୁ ଏକତ୍ର କରି ପ୍ରସ୍ତୁତ ରାଜ୍ୟର ସାମଗ୍ରିକ ବିକାଶ ମଡେଲ ଏବଂ ଭାରତର ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିଫଳିତ କରିବାକୁ ଯାଇ ପ୍ରଜ୍ଞାପନ ମେଢ଼ର ବିଭିନ୍ନ ଅଂଶରେ କୋରାପୁଟ କଫିରୁ ସିଲିକନ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ନିରନ୍ତର ଯାତ୍ରାକୁ ଉପସ୍ଥାପନ କରାଯିବ।

Sidha Sambad
Author: Sidha Sambad

Leave a Comment

और पढ़ें