ପିଭିସି ଆଧାର କାର୍ଡ ଫି’ ବଢ଼ାଇଲା ୟୁଆଇଡିଏଆଇ, ଏବେ ୫୦ ଟଙ୍କା ବଦଳରେ ଦେବାକୁ ପଡ଼ିବ

👇समाचार सुनने के लिए यहां क्लिक करें

ନୂଆଦିଲ୍ଲୀ: ୟୁଆଇଡିଏଆଇ ପିଭିସି ଆଧାର କାର୍ଡ ଫି’ ବୃଦ୍ଧି କରିଛି। ମ୍ୟାଟେରିଆଲ, ପ୍ରିଣ୍ଟିଂ ଏବଂ ସୁରକ୍ଷିତ ଡେଲିଭରି ଆଦିର ଖର୍ଚ୍ଚ ବଢ଼ିବା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିବା ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି। ନିଷ୍ପତ୍ତି ଅନୁସାରେ ଏବେ ପିଭିସି କାର୍ଡ ପାଇଁ ୫୦ ଟଙ୍କା ବଦଳରେ ୭୫ ଟଙ୍କା ଦେବାକୁ ହେବ। ନୂଆ ଦର ୨୦୨୬ ଜାନୁଆରୀ ୧ରୁ ଲାଗୁ ହେବ।

ସୂଚନାଯୋଗ୍ୟ, ଆଧାର ପିଭିସି କାର୍ଡ ଏକ ପ୍ରକାରର ପ୍ଲାଷ୍ଟିକ କାର୍ଡ। ଏଥିରେ ଆଧାର କାର୍ଡର ତଥ୍ୟ ପ୍ରିଣ୍ଟ କରାଯାଇଥାଏ। ଏହି କାର୍ଡ ଏଟିଏମ୍ କିମ୍ବା ଡେବିଟ୍ କାର୍ଡ ଭଳି ହୋଇଥାଏ। ଆଧାର ପିଭିସି କାର୍ଡକୁ ପଲିଭିନାଇଲ କ୍ଲୋରାଇଡ (PVC)ରେ ତିଆରି କରାଯାଇଥାଏ। ଏଥିପାଇଁ ଏହା ପାଣି ସଂସ୍ପର୍ଶରେ ଆସିଲେ ଖରାପ ହୋଇନଥାଏ କି’ ହାତରୁ ପଡ଼ିଗଲେ ବି କିଛି କ୍ଷତି ହୋଇନଥାଏ। ଫଳରେ ଏହା ଜଲଦି ଖରାପ ହୋଇନଥାଏ। ଏଥିରେ ଅନେକ ସୁରକ୍ଷା ଫଚର୍ସ ମଧ୍ୟ ରହିଛି। ଯେପରିକି ସୁରକ୍ଷିତ କୁଆର କୋଡ, ହୋଲୋଗ୍ରାମ, ଘୋଷ୍ଟ ଇମେଜ ଏବଂ ମାଇକ୍ରୋଟେକ୍ସଟ।

ଉଲ୍ଲେଖଯୋଗ୍ୟ, ଆଧାର କାର୍ଡ ୩ ଫର୍ମାଟରେ ଉପଲବ୍ଧ। ଆଧାର ଲେଟର, ଇ- ଆଧାର ଏବଂ ପିଭିସି କାର୍ଡ। ଯଦି ଆପଣ ଅଫଲାଇନରେ ମଧ୍ୟ ଆଧାର କେନ୍ଦ୍ରରୁ ପିଭିସି କାର୍ଡ ତିଆରି କରିପାରିବେ।

Sidha Sambad
Author: Sidha Sambad

Leave a Comment

और पढ़ें