ଡାକ୍ତରଙ୍କ ଆନ୍ଦୋଳନରେ ଲାଗିଲା ଏସମା, ତଥାପି ଜିଦ୍‌ରେ ଅଟଳ ଓମ୍‌ସା ,ଡାକ୍ତରଙ୍କ ଜିଦ୍ ଆଗରେ ହାର ମାନିବ କି ପ୍ରଶାସନ?

👇समाचार सुनने के लिए यहां क्लिक करें

ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶା ମେଡିକାଲ ସେବା ସଂଘ(ଓମ୍ସା)ର ଜରୁରୀକାଳୀନ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ୨ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ ଜାରି ରଖିବା ଲାଗି ନିଷ୍ପତ୍ତି ହୋଇଛି। ଓମ୍ସା ସଭାପତି ଡା.କିଶୋର ମିଶ୍ର କହିଛନ୍ତି, ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ସରକାର ଯଦି ଏସ୍ମା ଲଗାଇ ଡାକ୍ତରଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି ତାହେଲେ ସେଥିପାଇଁ ମଧ୍ୟ ସଂଘ ପ୍ରସ୍ତୁତ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସେ କହିଛନ୍ତି।ସୂଚନାଯୋଗ୍ୟ ଯେ, ୧୦ ଦଫା ଦାବିରେ ରାଜ୍ୟବ୍ୟାପୀ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସରକାରୀ ଡାକ୍ତରଖାନାରେ ସକାଳେ ୨ ଘଣ୍ଟିଆ ଓପିଡି ବନ୍ଦ ଆରମ୍ଭ ହୋଇଛି। ଯାହାକୁ ନେଇ ରାଜ୍ୟରେ ରୋଗୀ ସେବା ଭୀଷଣ ବାଧାପ୍ରାପ୍ତ ହୋଇଛି। ଡାକ୍ତରଙ୍କ ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି।

ଲାଗିଲା ଏସମା (ESMA), ତଥାପି ଜିଦ୍‌ରେ ଅଟଳ ଓମ୍‌ସା; ମୁହାଁମୁହିଁ ସରକାର ଓ ଡାକ୍ତର!

  • ସରକାରଙ୍କ କଡ଼ା ଆଭିମୁଖ୍ୟ: ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେବା ଆଶଙ୍କାରେ ସରକାର ‘ଏସମା’ ଜାରି କରିଛନ୍ତି, ଯାହା ଅଧୀନରେ ଡାକ୍ତରମାନେ ଆନ୍ଦୋଳନ କରିବା ବେଆଇନ।

  • ଓମ୍‌ସାର ପ୍ରତିକ୍ରିୟା: ଏସମାକୁ ଖାତିର ନକରି ଓମ୍‌ସା ନିଜ ଦାବିରେ ଅଟଳ ରହିଛି। କ୍ୟାଡର ପୁନର୍ଗଠନ, ପଦୋନ୍ନତି ଏବଂ ସୁରକ୍ଷା ଭଳି ମୌଳିକ ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି।

  • ରୋଗୀ ସେବା ବିପର୍ଯ୍ୟସ୍ତ: ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

“ଆମେ ସେବା ଦେବାକୁ ଚାହୁଁଛୁ, କିନ୍ତୁ ଆମର ହକ୍ ମଧ୍ୟ ଆମକୁ ମିଳିବା ଦରକାର” – ଓମ୍‌ସା କର୍ମକର୍ତ୍ତା

Sidha Sambad
Author: Sidha Sambad

Leave a Comment

और पढ़ें