ଆଦର୍ଶ ଶିକ୍ଷକ ଙ୍କ ପରଲୋକ।

👇समाचार सुनने के लिए यहां क्लिक करें

ବୋଲଗଡ଼ ; ତା-୦୮/୦୧ ()
ବୋଲଗଡ଼ ବ୍ଲକ ଅନ୍ତର୍ଗତ ଦଳାଇସାହି ଗ୍ରାମପଞ୍ଚାୟତ ସ୍ଥିତ ମାଣିକଗୋଡ଼ା ଗ୍ରାମର ତହିମୁଲ୍ ଖାଁ ଙ୍କ ଗତକାଲି ସକାଳ ୧୦ଘଟିକା ସମୟରେ ପରଲୋକ ଘଟିଛି। ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଭୁବନେଶ୍ୱର ସ୍ଥିତି ଏମ୍ସ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଦୀର୍ଘ ଦିନର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୬୨ବର୍ଷ ହୋଇଥିଲା ବୋଲି ସୂଚନା ମିଳିଛି।
ତହିମୁଲ୍ ଖାଁ ଜଣେ ଆଦର୍ଶ ଶିକ୍ଷକ ଥିଲେ। ଏକାଧାରରେ ସେ ଜଣେ ସୁ ସାହିତ୍ୟିକ, ଲେଖକ, ବକ୍ତା, କର୍ମନିଷ୍ଠ, ଛାତ୍ରବତ୍ସଳ , ଶିକ୍ଷକ ଥିଲେ। ସେ ବୋଲଗଡ଼ ବ୍ଲକ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ। ତାଙ୍କର ଧର୍ମପରାୟଣ ଓ ପରୋପକାର, ସେବା ମନୋଭାବ କୁ ନେଇ ସମସ୍ତ ଙ୍କର ପ୍ରିୟ ପାତ୍ର ଥିଲେ। ତାଙ୍କର ପରଲୋକ ଗମନରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ଦୀର୍ଘ ଦିନର ଶିକ୍ଷକତାରେ ସେ ନୟାଗଡ଼ ଜିଲ୍ଲା ପଞ୍ଚାୟତ ଉଚ୍ଚବିଦ୍ୟାଳୟ, ବକଳବନ୍ଧ, ଦୁଦ୍ଦରା ଠାରୁ ପ୍ରଧାନଶିକ୍ଷକ ଭାବେ ଅବସର ନେଇଥିଲେ। ମୃତ୍ୟୁବେଳକୁ ତାଙ୍କର ପତ୍ନୀ, ଏକମାତ୍ର ପୁତ୍ର, ତାଙ୍କର ଦୁଇ ଭାଇ ଓ ଭଉଣୀ ଉପସ୍ଥିତ ଥିଲେ। ତାଙ୍କର ବିୟୋଗରେ ବୋଲଗଡ଼ ଅଞ୍ଚଳରେ ଏଭଳି ଜଣେ ମହାନ ବ୍ୟକ୍ତିଙ୍କୁ ହରାଇ ଥିବାରୁ ବୁଦ୍ଧିଜୀବୀ, ସମାଜସେବୀ, ସାମ୍ବାଦିକ, ବରିଷ୍ଠ ନାଗରିକ ମଞ୍ଚ, ଶିକ୍ଷକ ତଥା ବିଭିନ୍ନ ମହଲରୁ ଶୋକ ପ୍ରକାଶ କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें