ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର: ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା! ଅପେକ୍ଷାର ଅନ୍ତ: ୪.୫ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଯିବ ସହାୟତା ରାଶି I

👇समाचार सुनने के लिए यहां क्लिक करें

ସିଧା ସମ୍ବାଦ ତା-୦୮/୦୧ :

ଚଳିତ ସପ୍ତାହରେ ମିଳିବ ସୁଭଦ୍ରା କିସ୍ତି
୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ପାଇବେ ସୁଭଦ୍ରା ଟଙ୍କା
ବାଦ୍ ପଡ଼ିଥିବା ହିତାଧିକାରୀ ସମସ୍ତ କିସ୍ତି ଏକାଥରକେ ପାଇବେ

 

ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା। ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି ଟଙ୍କା। ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ବଡ ସୂଚନା । ନୂଆ ପୁରୁଣା ସମସ୍ତଙ୍କ ଆକାଉଣ୍ଟକୁ ଯିବ ଏହି ଟଙ୍କା । ଏଇ ସପ୍ତାହରେ ମିଳି ସଭୁଦ୍ରା ଟଙ୍କା । ଆଜି ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି। ଏଥିରେ ଯେଉଁମାନେ ନୂଆ ପଞ୍ଜିକୃତ କରିଥିବା ହିତାଧିକାରୀ ୧ଲକ୍ଷ ୭୮ହଜାର ୩୮୯ଜଣ, ଅନ୍ୟ କୌଣସି କାରଣ ପାଇଁ କଟି ଯାଇଥିବା ୨୪ହଜାର ୧୮ଜଣ ହିତାଧିକାରୀ ଓ ପ୍ରଥମ ଦ୍ୱିତୀୟ କିସ୍ତିରେ ପାଇନଥିବା ହିତାଧିକାରୀ ତୃତୀୟ କିସ୍ତିରେ ପାଇଥିଲେ, ସେମାନଙ୍କୁ ପ୍ରଥମ ଓ ଦ୍ୱିତୀୟ କିସ୍ତିର ଟଙ୍କା ପାଇବେ । ୨ଲକ୍ଷ ୫୫ହଜାରରୁ ଅଧିକ ହିତାଧିକାରୀ ଏଥର ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମହିଳାଙ୍କୁ ସଶକ୍ତ କରିବା ପାଇଁ ସଭୁଦ୍ରା ନୂଆ ଅଧ୍ୟୟ ଲେଖବ। ସୂଚନା ଥାଉକି, ଗତ ନଭେମ୍ୱର ମାସରେ ଆରମ୍ଭ ହୋଇଥିଲା ଆବେଦନ ପ୍ରକ୍ରିୟା । ବହୁ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ବି ଖୋଲିଥିଲା । ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳା ମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ସୂଚନା ମିଳିଥିଲା ।https://youtu.be/HWXxIk7AJlE

Sidha Sambad
Author: Sidha Sambad

Leave a Comment

और पढ़ें