ବନ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

👇समाचार सुनने के लिए यहां क्लिक करें

ବୋଲଗଡ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଖୋର୍ଦ୍ଧା ରେଞ୍ଜ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ରେଞ୍ଜର ଜୟକୃଷ୍ଣ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଆରିକିମା ପଞ୍ଚାୟତ ଆରିକିମା ସ୍କୁଲର ଛାତ୍ରୀଛାତ୍ର ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଶପଥ ପାଠ କରିଥିଲେ। ବର୍ତ୍ତମାନ ବଣଭୋଜିର ସମୟ ଚାଲିଥିବା ବେଳେ କୋଶଳାଶୁଣୀ କୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ମାନେ ଆସି ଭୋଜି କରୁଛନ୍ତି। ବୁଲିବାକୁ ଆସିଥିବା ପର୍ଯ୍ୟଟକମାନଙ୍କୁ ପୁନଃ ଉପଯୋଗୀ ହୋଇ ପାରୁନଥିବା ପ୍ଲାଷ୍ଟିକ ଉପକରଣ ବ୍ୟବହାର ନକରିବା ସହ ବଣ ଭୋଜି ଖାଇବାକୁ ପ୍ଲାଷ୍ଟିକ କିମ୍ବା ଥର୍ମୋକୁଲ ଥାଳି ବଦଳରେ ଶିଆଳି ଓ ଶାଳପତ୍ର ଖଲି ବ୍ୟବହାର କଲେ ପ୍ଲାଷ୍ଟିକ ଜନିତ ଆବର୍ଜନା କମିବା ସହ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରୁଥିବା ସ୍ଥାନୀୟ ଅଧିବାସୀ ଅର୍ଥନୈତିକ ରୋଜଗାର ବଢ଼ିବ ବୋଲି ବନ ବିଭାଗ କର୍ମଚାରୀ ପକ୍ଷରୁ ସେମାନଙ୍କୁ ସଚେତନ କରାଯାଇଥିଲା। ଏହି ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମରେ ସ୍କୁଲ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦଙ୍କ ସମେତ ବୋଲଗଡବନପା ମଧୁଛନ୍ଦା ସେଠୀ ସମେତ ଅର୍ପିତା ନାୟକ, ଅରୂପ ବେହରା, ଅର୍ପିତା ନାୟକ, ଛବିରାଣୀ ଦେଇ, ମମତା ସାହୁ, ବିକ୍ରମ ସାହୁ, ଶୁଚିସ୍ମିତା ବେହେରା ସମସ୍ତ ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें