ଆସନ୍ତାକାଲିଠୁ ପାରାଦୀପରେ ଗଡ଼ିବନି ଘରୋଇ ବସ୍ i ଯଦି ସରକାର ସେମାନଙ୍କର ଦାବି ପୂରଣ ନକରନ୍ତି, ତେବେ ଏହି ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଚଳାଚଳ ବନ୍ଦ କରାଯିବ।

👇समाचार सुनने के लिए यहां क्लिक करें

ପାରାଦୀପ ସମେତ ସମଗ୍ର ଜଗତସିଂହପୁର ଜିଲ୍ଲାରେ ବସ୍ ଯାତ୍ରୀଙ୍କ ପାଇଁ ଏକ ବଡ଼ ଦୁଃଖଦ ଖବର। ଆସନ୍ତାକାଲିଠାରୁ ପାରାଦୀପ ଏବଂ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ରୁଟ୍‌ରେ ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଜଗତସିଂହପୁର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି, ଯାହା ଫଳରେ ହଜାର ହଜାର ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି।ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ର ଦ୍ୱିତୀୟ ପର୍ଯ୍ୟାୟକୁ ନେଇ ବିବାଦ ଦେଖାଦେଇଛି। ବିଭିନ୍ନ ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ କରିବା ଫଳରେ ଘରୋଇ ବସ୍ ମାଲିକମାନେ ବହୁ ଆର୍ଥିକ କ୍ଷତି ସହୁଛନ୍ତି।ସରକାରୀ ବସ୍‌ରେ କମ୍ ଭଡ଼ା ଯୋଗୁଁ ଘରୋଇ ବସ୍‌କୁ ଯାତ୍ରୀ ମିଳୁନାହାଁନ୍ତି।ରାସ୍ତା ଓ ରୁଟ୍ ପରମିଟ୍‌କୁ ନେଇ ମଧ୍ୟ ସରକାରଙ୍କ ସହ ସଂଘର ମତାନ୍ତର ରହିଛି।ଏହି ଧର୍ମଘଟ ଯୋଗୁଁ ବିଶେଷ କରି ପାରାଦୀପ-ଭୁବନେଶ୍ୱର, ପାରାଦୀପ-କଟକ, ପାରାଦୀପ-ଜଗତସିଂହପୁର ଏବଂ ମାଛଗାଁ ପରି ପ୍ରମୁଖ ରୁଟ୍‌ରେ ବସ୍ ଚଳାଚଳ ଠପ୍ ହୋଇଯିବ। ପୂର୍ବରୁ ମଧ୍ୟ ଜିଲ୍ଲାରେ ଏହି ବିବାଦକୁ ନେଇ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ, ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ପୁଣି ଥରେ ସଂଘ ଏହି ନିଷ୍ପତ୍ତି ନେଇଛି।ଘରୋଇ ବସ୍ ବନ୍ଦ ରହିଲେ ଯାତ୍ରୀମାନେ ସମ୍ପୂର୍ଣ୍ଣ ଭାବେ OSRTC (ସରକାରୀ ବସ୍) ଏବଂ ଟ୍ରେନ୍ ଉପରେ ନିର୍ଭର କରିବେ। ମାତ୍ର ସରକାରୀ ବସ୍ ସଂଖ୍ୟା କମ୍ ଥିବାରୁ ଭିଡ଼ ଅସମ୍ଭାଳ ହେବାର ସମ୍ଭାବନା ରହିଛି। ଅପରପକ୍ଷେ, ଘରୋଇ ଟାକ୍ସି ଏବଂ ଅଟୋ ଚାଳକମାନେ ଏହାର ସୁଯୋଗ ନେଇ ଅଧିକ ଭଡ଼ା ଆଦାୟ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି।ଯଦି ସରକାର ସେମାନଙ୍କର ଦାବି ପୂରଣ ନକରନ୍ତି, ତେବେ ଏହି ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଚଳାଚଳ ବନ୍ଦ କରାଯିବ।

Sidha Sambad
Author: Sidha Sambad

Leave a Comment

और पढ़ें