ହରଡ଼ଘଣାରେ ଜୟଦେବ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି।

👇समाचार सुनने के लिए यहां क्लिक करें

ସଂରକ୍ଷଣ ବିରୋଧୀ ମନ୍ତବ୍ୟ ଦେଇ ଅଡୁଆରେ ପୂର୍ବତନ ବିଧାୟକ ଅରବିନ୍ଦ ଢାଲି। ୨. ଜୟଦେବରେ ତେଜିଲା ଅସନ୍ତୋଷ: ଅରବିନ୍ଦ ଢାଲିଙ୍କ କୁଶପୁତ୍ତଳିକା ଦାହ କଲା ଅନୁସୂଚିତ ଜାତି ଓ ଜନଜାତି ସଂଘ। ୩. ଫେସବୁକ୍ ପୋଷ୍ଟ ପଡ଼ିଲା ଭାରି; ବାଳକାଟିରେ ଅରବିନ୍ଦଙ୍କ ବିରୋଧରେ ନାରାବାଜି।

ସାମାଜିକ ଗଣମାଧ୍ୟମରେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ନେଇ ମନ୍ତବ୍ୟ ଦେବା ପରେ ଏବେ ହରଡ଼ଘଣାରେ ପଡ଼ିଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି। ତାଙ୍କର ଏହି ବିବାଦୀୟ ବୟାନକୁ ନେଇ ଜୟଦେବ ନିର୍ବାଚନ ମଣ୍ଡଳୀରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଦେଖିବା ଏହି ରିପୋର୍ଟ।

 ସଂରକ୍ଷଣ ହଟାଇବା ସପକ୍ଷରେ ଯୁକ୍ତି ବାଢ଼ି ବିରୋଧର ସାମ୍ନା କରିଛନ୍ତି ପୂର୍ବତନ ବିଧାୟକ ଅରବିନ୍ଦ ଢାଲି। ସୂଚନା ଅନୁଯାୟୀ, ଅରବିନ୍ଦ ଢାଲି ନିଜ ଫେସବୁକ୍ ପେଜରେ ଏକ ପୋଷ୍ଟ କରି ଲେଖିଥିଲେ ଯେ, ସ୍ୱାଧୀନତାର ୭୯ ବର୍ଷ ପରେ ଦେଶରୁ ଅନୁସୂଚିତ ଜାତି ଏବଂ ଜନଜାତି ସଂରକ୍ଷଣ ହଟିବା ଦରକାର। ସେ ଯୁକ୍ତି ବାଢ଼ିଥିଲେ ଯେ କ୍ରିମିଲେୟାର ଏବଂ ନନ୍-କ୍ରିମିଲେୟାର ଆଧାରରେ ସଂରକ୍ଷଣ ହେବା ଆବଶ୍ୟକ।

ତେବେ ତାଙ୍କର ଏହି ମତକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଜୟଦେବ ନିର୍ବାଚନ ମଣ୍ଡଳୀର ଅନୁସୂଚିତ ଜାତି ଏବଂ ଜନଜାତି ସଂଘ। ଏହାର ପ୍ରତିବାଦରେ ସୋମବାର ସନ୍ଧ୍ୟାରେ ବାଳକାଟି ଠାରେ ସଂଘ ପକ୍ଷରୁ ଏକାଠି ହୋଇଥିଲେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଲୋକ। ସେମାନେ ଅରବିନ୍ଦ ଢାଲିଙ୍କ ବିରୋଧରେ ଜୋରଦାର ନାରାବାଜି କରିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି। ଆଗାମୀ ଦିନରେ ଯଦି ସେ ନିଜ ବୟାନ ପାଇଁ କ୍ଷମା ନ ମାଗନ୍ତି, ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें