ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ଓପି ଆଇ ଡି କୋର୍ଟ ଜଜ୍ ମୋହନ ରାଓ ଦୋରା ।
ବ୍ରାଉନ ସୁଗର ବେପାରୀ ଅଶୋକ କୁମାର ବେହେରା କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡ ।
ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ବିଜୟ କୁମାର ଯାଦବ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ।
ଗତ ୮ ନଭେମ୍ବର ୨୧ ମସିହାରେ ସହଦେବ ଖୁଣ୍ଟା ଥାନା ଅଧୀନ ଅରଡ ବଜାରରୁ ଏସ ଟି ଏଫ୍,ସି ଆଇ ଡି ଭୁବନେଶ୍ୱର ଓ ବାଲେଶ୍ଵର ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢଉ ହୋଇଥିଲା ।
ଅଭିଯୁକ୍ତ ମାନଙ୍କ ନିକଟରୁ ଏକ କେଜି ୫୦ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଥିଲା ।
ଏହି ମାମଲା ରେ ୮ ଜଣ ସାକ୍ଷୀ ଓ ୫୫ ରୁ ଉର୍ଦ୍ଧ୍ବ ଦଲିଲ ଓ ଦସ୍ତାବିଜ କୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ ।
ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜୟନ୍ତ କୁମାର ସାହୁ ।



