ବାଲେଶ୍ଵର; ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ,ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ମାନେ ବସଷ୍ଟାଣ୍ଡ ରେ ବସ ଚାଲୁନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନକିଣାରେ ଅବ୍ୟବସ୍ଥା, PUCC, ସ୍ମାର୍ଟ ମିଟରକୁ ବିରୋଧ କରି ବନ୍ଦ ପାଳନ କରାଯାଇଛି।ବାଲେଶ୍ଵର ବସଷ୍ଟାଣ୍ଡ ସମସ୍ତ ଘରୋଇ ବସ ବନ୍ଦ ଥିବା ଯୋଗୁଁ ଯାତ୍ରୀ ମାନେ ବସଷ୍ଟାଣ୍ଡ ରେ ବସକୁ ଅପେକ୍ଷା କରି ପଡିରହିଛନ୍ତି।ଆନ୍ଦୋଳନ ପ୍ରତ୍ୟାହୃତ ପରେ ବସ ଚଳାଚଳ ସ୍ବାଭାବିକ ହେଲେ ଯାତ୍ରୀ ମାନେ ଗନ୍ତବ୍ୟ ସ୍ତଳକୁ ଯିବେ।




