ବୁଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ହାଇୱା ପଛରେ ପିଟି ହୋଇ ବାଇକ୍ ଚାଳକ ମୃତ। ବାଲି ବୋଝେଇ ହାଇୱା ନେଲା ଜୀବନ: ଗହଙ୍ଗୁ ପାଟଣାର ଯୁବକ କହ୍ନେଇ ନାୟକଙ୍କ ଦେହାନ୍ତ।

👇समाचार सुनने के लिए यहां क्लिक करें

ବୁଗୁଡ଼ା ଥାନା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ରାସ୍ତାରେ ଯାଉଥିବା ବେଳେ ବାଲି ବୋଝେଇ ହାଇୱା ପଛରେ ପିଟି ହୋଇ ଚାଲିଗଲା ଜଣେ ୨୬ ବର୍ଷୀୟ ଯୁବକଙ୍କ ଜୀବନ। ଦେଖିବା ଏହି ରିପୋର୍ଟ…

 ଫେରୁଥିଲେ ଘରକୁ, ହେଲେ ବାଟରେ ଜଗିଥିଲା ମୃତ୍ୟୁ। ବୁଗୁଡ଼ା ଥାନା ଓ ବାଲିପଦର ଫାଣ୍ଡି ଅନ୍ତର୍ଗତ ଜେ. କଳମ୍ବ – ଡ଼େଙ୍ଗାପଦର ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ମୃତକ ହେଲେ ଗହଙ୍ଗୁ ପାଟଣା ଗ୍ରାମର କହ୍ନେଇ ନାୟକ।

 ସୂଚନା ଅନୁଯାୟୀ, ଗତକାଲି ରାତିରେ କହ୍ନେଇ ନିଜ ବାଇକ୍ ଯୋଗେ ବେଲଗୁଣ୍ଠାରୁ ଗହଙ୍ଗୁକୁ ଫେରୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଏକ ବାଲି ବୋଝେଇ ହାଇୱା ପଛରେ ତାଙ୍କ ବାଇକ୍ ଜୋରରେ ପିଟି ହୋଇଯାଇଥିଲା। ଖବର ପାଇ ବାଲିପଦର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିଛି ଏବଂ ଘଟଣାର ତଦନ୍ତ ଜାରି ରଖିଛି। ଏହି ଅକାଳ ବିୟୋଗରେ ଗହଙ୍ଗୁ ପାଟଣା ଗ୍ରାମରେ ଶୋକର ଛାୟା ଖେଳିଯାଇଛି

Sidha Sambad
Author: Sidha Sambad

Leave a Comment

और पढ़ें