ଅଜିତ ପାୱାରଙ୍କ ମୃତ୍ୟୁ ଦୁର୍ଘଟଣା ନା ଷଡ଼ଯନ୍ତ୍ର? ମମତା ବାନାର୍ଜୀଙ୍କ ବିସ୍ଫୋରକ ବୟାନ “ବିଜେପି ଛାଡ଼ିବାକୁ ଚାହୁଁଥିଲେ ଅଜିତ, ତେଣୁ…” : କେନ୍ଦ୍ର ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଲେ ଦିଦି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ଭରସା ନାହିଁ, ସୁପ୍ରିମକୋର୍ଟ କରନ୍ତୁ ତଦନ୍ତ: ମମତା

👇समाचार सुनने के लिए यहां क्लिक करें

ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଏକ ସାଧାରଣ ଦୁର୍ଘଟଣା ନୁହେଁ ବରଂ ଏକ “ଷଡ଼ଯନ୍ତ୍ର” ବୋଲି ଆଶଙ୍କା କରିଛନ୍ତି। କାହିଁକି ଏମିତି କହିଲେ ମମତା? ଦେଖିବା ଏହି ରିପୋର୍ଟ…

ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁକୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ସେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ଅଜିତ ପାୱାର ଏନଡିଏ (NDA) ବା ବିଜେପି ମେଣ୍ଟ ଛାଡ଼ିବାକୁ ଚାହୁଁଥିଲେ।

ମମତା କହିଛନ୍ତି, “ମୁଁ ଶୁଣିବାକୁ ପାଇଥିଲି ଯେ ଅଜିତ ପାୱାର ବିଜେପି ସହ ସମ୍ପର୍କ ଛିନ୍ନ କରି ପୁଣିଥରେ ବିରୋଧୀ ମେଣ୍ଟକୁ ଫେରିବାକୁ ଯୋଜନା କରୁଥିଲେ। ଆଉ ଠିକ୍ ଏହାର ଦୁଇ ଦିନ ପରେ ଏଭଳି ଦୁର୍ଘଟଣା ଘଟିବା ସନ୍ଦେହଜନକ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ଆଦୌ ଭରସା ନାହିଁ। ତେଣୁ ଏହି ଘଟଣାର ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

 ମମତାଙ୍କ ଏହି ବୟାନ ପରେ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଅନ୍ୟପଟେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ମମତା ରାଜନୀତି କରୁଥିବା କହିଛି। ବ୍ୟୁରୋ ରିପୋର୍ଟ, ସିଧା ସମ୍ବାଦ।

Sidha Sambad
Author: Sidha Sambad

Leave a Comment

और पढ़ें