+୨ ପରୀକ୍ଷାର୍ଥୀଙ୍କ ପାଇଁ ଜରୁରୀ ସୂଚନା! ଜାରି ହେଲା ନୂଆ ନିୟମାବଳୀ।

👇समाचार सुनने के लिए यहां क्लिक करें

+୨ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ପରୀକ୍ଷା ପରିଚାଳନା ପାଇଁ CHSE ଜାରି କରିଛି ସ୍ୱତନ୍ତ୍ର ଗାଇଡଲାଇନ୍ପ,ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ କିମ୍ବା କୌଣସି ଇଲେକ୍ଟ୍ରୋନିକ୍ ଉପକରଣ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଯଦି କୌଣସି ପରୀକ୍ଷାର୍ଥୀ କପି କରୁଥିବା ଧରାପଡ଼ନ୍ତି, ତେବେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 ସମସ୍ତ ପରୀକ୍ଷା କେନ୍ଦ୍ର ସିସିଟିଭି ନଜରରେ ରହିବ। ଏହାସହ ପ୍ରଶ୍ନପତ୍ରର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀମାନେ ପରୀକ୍ଷା ଆରମ୍ଭର ଅତିକମରେ ଅଧାଘଣ୍ଟା ପୂର୍ବରୁ ନିଜ ନିଜ ସିଟ୍‌ରେ ବସିବାକୁ ନିର୍ଦ୍ଦେଶ ଦିଆଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें