ଖଣ୍ଡପଡ଼ା ଓ ଗଡିଆସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କାୟାକପ୍ଳ ଟିମି

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୫|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ଓ ନୂଆ ଗଡିଆସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ ଆସି କାୟାକଳ୍ପ ଟିମ ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି।ସ୍ୱାସ୍ଥ୍ୟ ସେବାରେ ଉନ୍ନତି, ସ୍ବାସ୍ଥ୍ୟକେନ୍ଦ୍ର ପରିସରର ପରିମଳ ବ୍ୟବସ୍ଥା ଅନୁଧ୍ୟାନ ସହ ରୋଗୀମାନଙ୍କୁ କିଭଳି ସେବା ଯୋଗାଇ ଦିଆ ଯାଉଛି ସେ ସଂର୍ପକରେ କାୟାକଳ୍ପ ଟିମ ସବିଶେଷ ତଥ୍ଯ ସଂଗ୍ରହ କରିବା ଅବସରରେ ଆନୁସଙ୍ଗିକ ମୂଲ୍ୟାୟନ କରିଥିବା ସୂଚନା ମିଳିଛି।କାୟାକଳ୍ପ ଟିମର ସଦସ୍ୟ ଡ଼ଃ ବିଜୟ କୁମାର ଧଳ,ପ୍ରଶାନ୍ତ କୁମାର ଦାସ, ସମରେଶ୍ବର ସାହୁ ପ୍ରମୁଖ ଏକସଙ୍ଗେ ୨ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗ ଗୁଡ଼ିକୁ ବୁଲି ଦେଖିଥିଲେ।ଟିମ ପକ୍ଷରୁ ଅନ୍ତର୍ବିଭାଗ,ବହିର୍ବିଭାଗ,ଡ୍ରେସିଂ କକ୍ଷ, ଔଷଧ ବଣ୍ଟନ କକ୍ଷ, ଲ୍ୟାବୋରେଟରୀ, ରୋଗୀ ସେବା କକ୍ଷ ସହ ପ୍ରସୂତି କକ୍ଷ ସହ ସ୍ୱଚ୍ଛତା, ସଂକ୍ରମଣ ନିୟନ୍ତ୍ରଣ ଓ ଜୈବ-ଚିକିତ୍ସା ଅବଶିଷ୍ଟ ପରିଚାଳନା କକ୍ଷ ପରିଦର୍ଶନ କରିଥିଲେ। ରୋଗୀମାନଙ୍କୁ ଅଧିକ ସୁବିଧା ଓ ସୁରକ୍ଷିତ ସ୍ୱାସ୍ଥ୍ୟ ସେବା କିଭଳି ଯୋଗାଇ ଦିଆଯିବ ସେ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।କାୟାକଳ୍ପ ଟିମ ପରିଦର୍ଶନ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ଯ ଚିକିତ୍ସାଧିକାରୀ ଡ.ଅଭିସାର ପଣ୍ଡାଙ୍କ ସହ ସମସ୍ତ ଡାକ୍ତର,ବିପିଏମ,ନର୍ସ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ

Sidha Sambad
Author: Sidha Sambad

Leave a Comment

और पढ़ें