ଖଣ୍ଡପଡ଼ା ୫୲୨ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକ ଅଧୀନ କୋସକା ପଞ୍ଚାୟତର ରତାଖଣ୍ଡି ଗ୍ରାମସ୍ଥିତ ବରିଷ୍ଠ ନାଗରିକ ନିବାସ ‘ନିତ୍ବାସା’ ପରିସରରେ ମା ପାଇଁ ଗଛଟିଏ କାର୍ଯ୍ଯକ୍ରମ ଜରିଆରେ ଏକ ସ୍ଵତନ୍ତ୍ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ ମୁଖ୍ଯ ଅତିଥି ରୁପେ ଯୋଗ ଦେଇ ଅନ୍ତେବାସୀଙ୍କ ସହ ମିଳିତ ହୋଇ ଅନୁଷ୍ଠାନ ପରିସରରେ ୨୦ ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ରୋପଣ କରିଥିଲେ। ନିତ୍ବାସାର ମୁଖ୍ଯ ପରିଚାଳକ ସନ୍ତୋଷ କୁମାର ବେହେରା ଓ ଅନ୍ଯ କର୍ମଚାରୀମାନେ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବୃକ୍ଷରୋପଣର ଆବଶ୍ୟକତା ସଂର୍ପକରେ ମୁଖ୍ଯ ଅତିଥି ସେଠାରେ ବାସ କରୁଥିବା ବୃଦ୍ଧ,ବୃଦ୍ଧାମାନଙ୍କୁ ସୂଚନା ପ୍ରଦାନ କରିଥିଲେ






