ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା; କର୍ମଚାରୀଙ୍କୁ ୨୫% ମହଙ୍ଗା ଭତ୍ତା ଦେବାକୁ ନିର୍ଦ୍ଦେଶ

👇समाचार सुनने के लिए यहां क्लिक करें

ନୂଆଦିଲ୍ଲୀ: ୫|୨ (ସିଧା ସମ୍ବାଦ)ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଏକ ଶକ୍ତ ଧକ୍କା । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ମାମଲାରେ କୋର୍ଟ ଶୁଣାଇଛନ୍ତି ବଡ଼ ଶୁଣାଣି ।

 ଦୀର୍ଘ ଦିନରୁ ଚାଲିଥିବା DA ବିବାଦରେ ଶେଷରେ କର୍ମଚାରୀଙ୍କ ପଲା ଭାରି ହୋଇଛି । ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ୨୫ ପ୍ରତିଶତ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, କର୍ମଚାରୀଙ୍କ ପାଇଁ DA ହେଉଛି ସେମାନଙ୍କର ମୌଳିକ ଅଧିକାର, ଏହା କୌଣସି ଦୟା ନୁହେଁ ।

ରାଜ୍ୟ ସରକାର ଆର୍ଥିକ ଅଭାବର ଦର୍ଶାଇ ଏହାକୁ ଘୁଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ, କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି । ଏହି ନିଷ୍ପତ୍ତି ପରେ ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଅନ୍ୟପଟେ, ନିର୍ବାଚନ ପୂର୍ବରୁ ମମତା ସରକାରଙ୍କ ପାଇଁ ଏହା ଏକ ବଡ଼ ଆର୍ଥିକ ବୋଝ ଏବଂ ରାଜନୈତିକ ସଙ୍କଟ ସୃଷ୍ଟି କରିଛି ।

Sidha Sambad
Author: Sidha Sambad

Leave a Comment

और पढ़ें