ବାଂଲାଦେଶ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବିଏନପି (BNP) ନେତା ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ସୂଚନା ଅନୁଯାୟୀ, ବାଂଲାଦେଶରେ ଚାଲିଥିବା ରାଜନୈତିକ ହଲଚଲ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ, ତାରିକ ରହମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ବାର୍ତ୍ତାଳାପ ସମୟରେ ପଡ଼ୋଶୀ ଦେଶ ବାଂଲାଦେଶରେ ଶାନ୍ତି, ସ୍ଥିରତା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଇଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଥିବା ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କକୁ ଆହୁରି ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନିଜର ଆଶା ପ୍ରକଟ କରିଛନ୍ତି।
ତାରିକ ରହମାନଙ୍କୁ ଦିଆଯାଇଥିବା ଏହି ଅଭିନନ୍ଦନ, ଆଗାମୀ ଦିନରେ ଦୁଇ ଦେଶର କୂଟନୈତିକ ସମ୍ପର୍କରେ ଏକ ନୂଆ ମୋଡ଼ ଆଣିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।




