ହଙ୍ଗାମା ଭେଟରେ ବିଧାନସଭା, ଅଚଳାବସ୍ଥା ଦୂର ପାଇଁ ବାଚସ୍ପତିଙ୍କ ବଡ଼ ପଦକ୍ଷେପ!

👇समाचार सुनने के लिए यहां क्लिक करें

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଷଷ୍ଠ ଦିନରେ ଆଜି ଗୃହରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଚାଷୀ ସମସ୍ୟା ଏବଂ ‘ଏପଷ୍ଟିନ୍ ଫାଇଲ୍’ ଘଟଣାକୁ ନେଇ ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହ କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଛି। ପରିସ୍ଥିତିକୁ ନଜରରେ ରଖି ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଛନ୍ତି।

  • ପ୍ରଶ୍ନକାଳରେ ବାଧା: ପ୍ରଶ୍ନୋତ୍ତର କାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ମାତ୍ର ୬ ମିନିଟ୍ ଚାଲିବା ପରେ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା।

  • ଦ୍ୱିତୀୟ ପର୍ଯ୍ୟାୟ: ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ଗୃହକୁ ପୁଣି ୩୦ ମିନିଟ୍ ପାଇଁ ମୁଲତବୀ ଘୋଷଣା କରିଥିଲେ।

  • ବିରୋଧୀଙ୍କ ପ୍ରସଙ୍ଗ: ବିଜେଡି ଚାଷୀଙ୍କ ସମସ୍ୟା ଉଠାଇଥିବା ବେଳେ କଂଗ୍ରେସ ‘ଏପଷ୍ଟିନ୍ ଫାଇଲ୍’କୁ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲା।

Sidha Sambad
Author: Sidha Sambad

Leave a Comment

और पढ़ें