ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ରାଜନୀତିରେ ହଟଚମଟ। ବିଜେଡିର ଗଡ଼ କୁହାଯାଉଥିବା ଏହି ଅଞ୍ଚଳରେ ଏବେ ଦଳକୁ ଲାଗିଛି ବଡ଼ ଝଟକା। ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ ବିଜେପିରେ ଯୋଗ ଦେବାକୁ ଯାଉଥିବା ସୂଚନା ମିଳିଛି।
କାହିଁକି ବଦଳିଲା ସମୀକରଣ?
ସୂଚନାଯୋଗ୍ୟ ଯେ, ଗତ ନିର୍ବାଚନ ସମୟରୁ ହିଁ ଅଭିଜିତ ଦାସଙ୍କୁ ନେଇ ଚର୍ଚ୍ଚା ରହିଥିଲା। ଅନନ୍ତ ଦାସ ନିଜ ପୁଅ ପାଇଁ ଟିକେଟ୍ ଲବି କରିଥିଲେ ମଧ୍ୟ ସେତେବେଳେ ଦଳୀୟ ସମୀକରଣ କିଛି ଅଲଗା ରହିଥିଲା। ଦୀର୍ଘ ଦିନ ଧରି ଦଳୀୟ କାର୍ଯ୍ୟକଳାପରୁ ଦୂରେଇ ରହିବା ପରେ, ଏବେ ସେ ବିଜେପିର ‘ବିକଶିତ ଭାରତ’ ସଂକଳ୍ପରେ ଅନୁପ୍ରାଣିତ ହୋଇ ପଦ୍ମ ଶିବିରରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଭୋଗରାଇରେ ବିଜେପି ଶକ୍ତିଶାଳୀ:
ଅଭିଜିତଙ୍କ ମିଶ୍ରଣ ଦ୍ୱାରା ଭୋଗରାଇ ନିର୍ବାଚନ ମଣ୍ଡଳୀରେ ବିଜେପିର ସଂଗଠନ ଆହୁରି ମଜବୁତ ହେବ। ଅନନ୍ତ ଦାସଙ୍କର ଏହି ଅଞ୍ଚଳରେ ଥିବା ବ୍ୟକ୍ତିଗତ ଭୋଟ୍ ବ୍ୟାଙ୍କ ଏବେ ବିଜେପି ଖାତାକୁ ଯାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।



