ରାଉରକେଲା (୧୧/୦୩):
-
ରାଉରକେଲାରେ ଚାଞ୍ଚଲ୍ୟ: ଶୌଚାଳୟ ପ୍ୟାନରୁ ମୃତ ନବଜାତକ ଉଦ୍ଧାର!
-
ହସ୍ପିଟାଲ ବାଥରୁମରେ ପ୍ରସବ କଲେ ଯୁବତୀ, ପ୍ୟାନରେ ପଡ଼ି ଶିଶୁର ମୃତ୍ୟୁ।
ରାଉରକେଲା ସହରର ଏକ ଡାକ୍ତରଖାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପରିସ୍ରା କରିବାକୁ ଯାଇଥିବା ବେଳେ ଶୌଚାଳୟ ଭିତରେ ଜଣେ ଯୁବତୀ ଶିଶୁ ପ୍ରସବ କରିଛନ୍ତି। ତେବେ ପାଇଖାନା ପ୍ୟାନରେ ପଡ଼ି ନବଜାତକର ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସୋମବାର ରାତିରେ ପେଟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଯୁବତୀଙ୍କୁ ହସ୍ପିଟାଲ ଆଣିଥିଲେ। ସେ ଗର୍ଭବତୀ ଥିବା ଜାଣିବା ପରେ ଡାକ୍ତର ତାଙ୍କୁ ସେଠାରେ ଭର୍ତ୍ତି କରିଥିଲେ।
-
ବିଳମ୍ବିତ ରାତିରେ ଯୁବତୀ ଜଣକ ବାଥରୁମ୍ ଯାଇଥିବା ସମୟରେ ସେଠାରେ ପ୍ରସବ ହୋଇଥିଲା ଏବଂ ଶିଶୁଟି ପ୍ୟାନ ଭିତରେ ପଡ଼ିଯାଇଥିଲା।
-
ଯୁବତୀ ଜଣକ ଏ ବିଷୟରେ କାହାରିକୁ କିଛି ଜଣାଇ ନଥିଲେ। ସକାଳେ ସଫେଇ କର୍ମଚାରୀ ସଫା କରିବାକୁ ଯିବା ସମୟରେ ମୃତ ଶିଶୁକୁ ଦେଖି ସ୍ୱାସ୍ଥ୍ୟକର୍ମୀଙ୍କୁ ସୂଚନା ଦେଇଥିଲେ।
-
ସେକ୍ଟର-୧୯ ଥାନା ପୋଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।



