ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ବିଜୟ ପ୍ରମାଣପତ୍ର ଗ୍ରହଣ କଲେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ।

👇समाचार सुनने के लिए यहां क्लिक करें

  • ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ବିଜୟୀ ପ୍ରାର୍ଥୀମାନେ ବିଧାନସଭା ସଚିବାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ନିର୍ବାଚିତ ହେବାର ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ବିଜେପିର ଦୁଇଜଣ, ବିଜେଡିର ଜଣେ ଏବଂ ବିଜେପି ସମର୍ଥିତ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୪ ଜଣ ନେତା ଏହି ସାର୍ଟିଫିକେଟ୍ ପାଇ ସଂସଦର ଉଚ୍ଚ ସଦନକୁ ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି।

    ଗତକାଲି ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହୋଇଥିବା ନେତାମାନେ ହେଲେ:

    • ମନମୋହନ ସାମଲ (ରାଜ୍ୟ ବିଜେପି ସଭାପତି)

    • ସୁଜୀତ କୁମାର (ବିଜେପି)

    • ସନ୍ତୃପ୍ତ ମିଶ୍ର (ବିଜେଡି)

    • ଦିଲୀପ ରାୟ (ସ୍ୱାଧୀନ ପ୍ରାର୍ଥୀ, ବିଜେପି ସମର୍ଥିତ)

    ସରିଲା ନିର୍ବାଚନ ପ୍ରକ୍ରିୟା: ନବ ନିର୍ବାଚିତ ସଦସ୍ୟଙ୍କୁ ମିଳିଲା ନିର୍ବାଚିତ ହେବାର ସାର୍ଟିଫିକେଟ୍।

  • : ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ।https://youtu.be/ikAY6w9Wk0A

Sidha Sambad
Author: Sidha Sambad

Leave a Comment

और पढ़ें