ନିଶାମୁକ୍ତ ସମାଜ ଗଠନ ନେଇ ରାଷ୍ଟ୍ରବାଦି ଯୁବଶକ୍ତି ପରିଷଦ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ I

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୨୯|୩ (ସିଧା ସମ୍ବାଦ) ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦ ଖଣ୍ଡପଡ଼ା ଶାଖା ପକ୍ଷରୁ ଏକ ନିଶାମୁକ୍ତ ସମାଜ ଗଠନ ନେଇ ଏକ ସଂକଳ୍ପ ସମାବେଶ ଆୟୋଜନ ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ବ୍ଲକ ଅଧୀନ ବନମାଳିପୁର ଗ୍ରାମର ପ୍ରଭୁ ଶ୍ରୀସୋମନାଥଦେବଙ୍କ ପଞ୍ଚୁଦୋଳ ମେଳଣ ପଡିଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦର ସଭାପତି ଡା ଶୁଭେନ୍ଦୁ କୁମାର ସାହୁ ନିଶାମୁକ୍ତ ସମାଜ ଗଠନ ନେଇ ସଂକଳ୍ପ ସମାବେଶ ସଂର୍ପକରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।ଏ ଅବସରରେ ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦର ଜର୍ସି ଓ ଲୋଗୋ ଉନ୍ମୋଚିତ ହୋଇଥିଲା। ରାଷ୍ଟ୍ରବାଦୀ ଭାବଧାରାରେ ଯୁବକମାନଙ୍କୁ ଉଦ୍ରେକ କରି ସଂଗଠିତ କରିବା ସହ ସେମାନଙ୍କ ମଧ୍ୟରେ ଦେଶପ୍ରେମ ଭାବ ଜାଗ୍ରତ କରିବା, ସାମାଜିକ କଲ୍ୟାଣ କାର୍ଯ୍ୟ ଓ ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କ ସକ୍ରୀୟ ସହଯୋଗ କାର୍ଯ୍ଯକ୍ରମର ମୁଖ୍ଯ ଲକ୍ଷ୍ୟ ଅଟେ ବୋଲି ପରିଷଦର ସଦସ୍ୟମାନେ ମତ ରଖିଥିଲେ।ସେହିପରି ଏକ ନିଶାମୁକ୍ତ ସମାଜ ଗଠନ ଦିଗରେ ଯୁବପିଢ଼ିଙ୍କ କିଭଳି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ସେ ଦିଗରେ ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦ କାର୍ଯ୍ଯ କରିବ ବୋଲି ସଦସ୍ଯମାନେ ସୂଚନା ଦେଇଥିଲେ। ଆସନ୍ତା ଏପ୍ରିଲ ୧୧ ତାରିଖ ଶନିବାର ପ୍ରଭୁ ଶ୍ରୀ ସୋମନାଥଙ୍କ ପୀଠରେ ସାମୁହିକ ହନୁମାନ ଚାଳିଶା ପଠନ ସହ ନିଶାମୁକ୍ତ ସଂକଳ୍ପ ସମାବେଶ ନେଇ ଏକ ସଚେତନତା କାର୍ଯ୍ଯକ୍ରମ
ଅନୁଷ୍ଠିତ ହେବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା।ସମ୍ମିଳନୀରେ ଉପଦେଷ୍ଟା ଭାବେ ଭାଜପା ରାଜ୍ଯ ଯୁବ ସଭାପତି ଅଭିଳାଷ ପଣ୍ତା,ଦୈନିକ ଓଡ଼ିଆ ଖବରକାଗଜ ଅକ୍ଷରର ସଂପାଦକ ଭରତ କୁମାର ବେହେରା,ସଂଗଠକ ଜିତେନ୍ଦ୍ର କୁମାର କାଟିଆ, ସୁରେଶ ନାୟକ,ପରମେଶ୍ବର ମହାନ୍ତିଙ୍କ ସମେତ ଅନ୍ଯମାନେ ଉପସ୍ଥିତ ରହି ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦର କାର୍ଯ୍ୟଧାରା ଓ ଭବିଷ୍ୟତ କାର୍ଯ୍ଯକ୍ରମ ନେଇ ସବିଶେଷ ସୂଚନା ପ୍ରଦାନ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें