ଏକାମ୍ର କ୍ଷେତ୍ରରେ ଓଡ଼ିଆ ଅସ୍ମିତାର ଝଲକ: ‘ଐତିହ୍ୟ ଗଣଦୌଡ଼’ରେ ସାମିଲ ହେଲେ ହଜାର ହଜାର ଯୁବଗୋଷ୍ଠୀ I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ‘ଓଡ଼ିଆ ପକ୍ଷ’ ଅବସରରେ ଆଜି ରାଜଧାନୀର ଐତିହାସିକ ଏକାମ୍ର କ୍ଷେତ୍ରରେ ‘ଐତିହ୍ୟ ଗଣଦୌଡ଼’ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୫:୩୦ ମିନିଟରେ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଏହି ଦୌଡ଼ର ଶୁଭାରମ୍ଭ ହୋଇଥିଲା।

ଏହି ଗଣଦୌଡ଼ ମୁକ୍ତେଶ୍ୱର ମନ୍ଦିରରୁ ବାହାରି ରାମେଶ୍ୱର ମନ୍ଦିର, ବିବେକାନନ୍ଦ ମାର୍ଗ, ଲୁଇସ୍ ରୋଡ୍ ଏବଂ ବିଜେବି କଲେଜ ଦେଇ ଐତିହାସିକ ରାଜାରାଣୀ ମନ୍ଦିରଠାରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ହଜାର ହଜାର କ୍ରୀଡ଼ାବିତ୍, ଯୁବଗୋଷ୍ଠୀ, ଦିବ୍ୟାଙ୍ଗ ଏବଂ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ଓଡ଼ିଶାର ସମୃଦ୍ଧ କୀର୍ତ୍ତିରାଜିର ସୁରକ୍ଷା ଓ ପ୍ରଚାର ପାଇଁ ସଂକଳ୍ପ ନେଇଥିଲେ।

ଏହି ପ୍ରତିଯୋଗିତାରେ ଚନ୍ଦନ ସାମଲ ପ୍ରଥମ, ସିଦ୍ଧାର୍ଥ କୁମାର ମିଶ୍ର ଦ୍ବିତୀୟ ଏବଂ ଜୟ ଅଗ୍ରଓ୍ବାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଜୟୀ ପ୍ରତିଯୋଗୀଙ୍କ ସମେତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପଦକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକାମ୍ର ବିଧାୟକ ବାବୁ ସିଂହ କହିଥିଲେ ଯେ, ଆମର ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜି ହେଉଛି ଓଡ଼ିଆ ଅସ୍ମିତାର ପ୍ରତୀକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ଅଭିଯାନ ଯୁବପିଢ଼ିକୁ ନିଜ ମାଟିର ଗୌରବମୟ ଇତିହାସ ସହ ଯୋଡ଼ିବାରେ ସଫଳ ହୋଇଛି। କାର୍ଯ୍ୟକ୍ରମରେ କ୍ରୀଡ଼ା ସଚିବ ଭୁପେନ୍ଦ୍ର ସିଂ ପୁନିଆ, ଅଲମ୍ପିଆନ୍ ଅନୁରାଧା ବିଶ୍ବାଳ ଓ ଅଭିନେତ୍ରୀ ସଙ୍ଗୀତା ଶିବାନୀ ପ୍ରମୁଖ ଉପସ୍ଥିତ ଥିଲ

Sidha Sambad
Author: Sidha Sambad

Leave a Comment

और पढ़ें