ଲଣ୍ଡା ମୁଣ୍ଡ, ଭାଲୁ ପରି ନଖ; ଅଲ୍ଲୁ ଅର୍ଜୁନଙ୍କ ‘ରାକା’ ଲୁକ୍ ଭାଇରାଲ୍!

👇समाचार सुनने के लिए यहां क्लिक करें

ମୁମ୍ବାଇ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା, ‘ଷ୍ଟାଇଲିସ୍ ଷ୍ଟାର’ ଅଲ୍ଲୁ ଅର୍ଜୁନ ପୁଣିଥରେ ଚର୍ଚ୍ଚାରେ। ଏପ୍ରିଲ ୮, ବୁଧବାର ଦିନ ନିଜର ୪୪ ତମ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେଇଛନ୍ତି ଅଲ୍ଲୁ। ମୁକ୍ତିଲାଭ କରିଛି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରାକା’ (RAAKA) ର ପ୍ରଥମ ପୋଷ୍ଟର।

ଫିଲ୍ମର ପୋଷ୍ଟରଟି ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି। ପୋଷ୍ଟରରେ ଅଲ୍ଲୁ ଅର୍ଜୁନଙ୍କୁ ସମ୍ପୂର୍ଣ୍ଣ ଭାବେ ଲଣ୍ଡା ଅବସ୍ଥାରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ତାଙ୍କର ଭାଲୁ ପରି ଲମ୍ବା ନଖ ଏବଂ ଲୋମଶ ହାତ ଚରିତ୍ରକୁ ବେଶ୍ ରହସ୍ୟମୟ କରୁଛି। ଦର୍ଶକଙ୍କ ମତରେ, ଏହା ଏକ ସାଇନ୍ସ ଫିକ୍ସନ୍ କିମ୍ବା ହାଇ-ଭୋଲଟେଜ୍ ଥ୍ରୀଲର ଫିଲ୍ମ ହୋଇପାରେ।

ବ୍ଲକବଷ୍ଟର ନିର୍ଦ୍ଦେଶକ ଆଟଲି (Atlee) ପ୍ରଥମ ଥର ପାଇଁ ଅଲ୍ଲୁ ଅର୍ଜୁନଙ୍କ ସହ କାମ କରୁଛନ୍ତି। ସନ୍ ପିକଚର୍ସ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ବଲିଉଡ ସୁନ୍ଦରୀ ଦୀପିକା ପାଦୁକୋନ ଅଲ୍ଲୁଙ୍କ ବିପକ୍ଷରେ ନାୟିକା ସାଜିବେ।

ଏହା ଏକ ପ୍ୟାନ୍-ଇଣ୍ଡିଆ (Pan-India) ମେଗା ପ୍ରୋଜେକ୍ଟ। ରିପୋର୍ଟ ଅନୁସାରେ, ଏହି ଫିଲ୍ମଟି ଓଡ଼ିଆ ସମେତ ସମୁଦାୟ ୭ଟି ଭାଷାରେ ସାରା ଦେଶରେ ମୁକ୍ତିଲାଭ କରିବ। ପୋଷ୍ଟରରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରାଯାଇ ନଥିଲେ ମଧ୍ୟ, ଅଲ୍ଲୁଙ୍କ ଏହି ‘ଖତରନାକ୍’ ଅବତାର ଦେଖିବା ପାଇଁ ଫ୍ୟାନ୍ସମାନେ ଚାହିଁ ରହିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें