ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର

👇समाचार सुनने के लिए यहां क्लिक करें

ରାଜ୍ୟ ରାଜନୀତିରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ସସ୍ମିତ ପାତ୍ର ୨୦୨୨ ମସିହାରୁ ସଂସଦରେ ବିଜେଡିର ସଂସଦୀୟ ଦଳ ନେତା ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ସଂସଦରେ ଦଳର ପକ୍ଷ ରଖିବାରେ ସେ ଜଣେ ପ୍ରମୁଖ ଚେହେରା ଭାବେ ଜଣାଶୁଣା।

ନିକଟରେ ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣାର ପ୍ରତିବାଦ ସ୍ୱରୂପ ସେ ପୂର୍ବରୁ ସଂସଦର ଏକ କମିଟି ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏବେ ସଂସଦୀୟ ଦଳ ନେତା ପଦରୁ ତାଙ୍କର ଏହି ହଠାତ୍ ଇସ୍ତଫା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ନବୀନଙ୍କୁ ପଠାଇଲେ ଚିଠି: ଇସ୍ତଫା ପତ୍ରରେ ସେ ନିଜର ବ୍ୟକ୍ତିଗତ କାରଣ କିମ୍ବା ଦଳୀୟ ରଣନୀତି ସମ୍ପର୍କରେ କ’ଣ ଉଲ୍ଲେଖ କରିଛନ୍ତି, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ସଂସଦରେ ବିଜେଡିର ପରବର୍ତ୍ତୀ ରଣନୀତି କ’ଣ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

Sidha Sambad
Author: Sidha Sambad

Leave a Comment

और पढ़ें