ସିଧା ସମ୍ବାଦ: ବଲାଙ୍ଗୀରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ; କାଲିଠାରୁ ସବୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କଲେ ଜିଲ୍ଲାପାଳ I

👇समाचार सुनने के लिए यहां क्लिक करें

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାରେ ସୂର୍ଯ୍ୟଙ୍କ ପ୍ରକୋପ ଜାରି ରହିଥିବା ବେଳେ ବଲାଙ୍ଗୀର ଜିଲ୍ଲାବାସୀ ତ୍ରାହି ତ୍ରାହି ଡାକିଲେଣି। ବଢୁଥିବା ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୮ ତାରିଖ (ଶନିବାର) ଠାରୁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ କଲେଜକୁ ଛୁଟି ଘୋଷଣା କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ।

ଛାତ୍ରଛାତ୍ରୀମାନଙ୍କୁ ପ୍ରଚଣ୍ଡ ଖରାରୁ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ଛୁଟି ଘୋଷଣା ଜିଲ୍ଲାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ ଏବଂ ଯୁକ୍ତ ୨ ଓ ଯୁକ୍ତ ୩ କଲେଜ ପାଇଁ ମଧ୍ୟ ଲାଗୁ ହେବ।

 ଗତ କିଛି ଦିନ ହେବ ବଲାଙ୍ଗୀରରେ ତାପମାତ୍ରା ବଢ଼ିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ଜିଲ୍ଲାପାଳ ଏଭଳି ପଦକ୍ଷେପ ନେଇଛନ୍ତି।

ପୂର୍ବରୁ ସରକାର ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ବଲାଙ୍ଗୀର ଭଳି ଜିଲ୍ଲାରେ ସକାଳ ୯ଟା ପରେ ଖରା ସହ୍ୟ କରିବା କଷ୍ଟକର ହେଉଛି। ତେଣୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ନିଷ୍ପତ୍ତି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।

 ଖରା ସମୟରେ ବାହାରକୁ ବାହାରନ୍ତୁ ନାହିଁ ଏବଂ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।

Sidha Sambad
Author: Sidha Sambad

Leave a Comment

और पढ़ें