ଖସିବ କି ଗ୍ୟାସ ଦର? ପେଟ୍ରୋଲ-ଡିଜେଲ ଚିନ୍ତାରୁ ମିଳିବ ମୁକ୍ତି; ସରକାର ପ୍ରସ୍ତୁତ କରୁଛନ୍ତି ବ୍ଲୁ-ପ୍ରିଣ୍ଟ! I

👇समाचार सुनने के लिए यहां क्लिक करें

ନୂଆଦିଲ୍ଲୀ: ସାଧାରଣ ଖାଉଟିଙ୍କ ପାଇଁ ଖୁସି ଖବର। ଆଉ ବଜେଟ ବିଗାଡ଼ିବନି ରନ୍ଧନ ଗ୍ୟାସ କିମ୍ବା ପେଟ୍ରୋଲ-ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଲେ ମଧ୍ୟ ଦେଶବାସୀଙ୍କ ଉପରେ ଏହାର ପ୍ରଭାବ ପକାଇବାକୁ ଦେବେନି କେନ୍ଦ୍ର ସରକାର। ଏଥିପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

ଗତ କିଛି ମାସ ଧରି ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ସଂଘର୍ଷ ଏବଂ ହର୍ମୁଜ୍ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁଁ ବିଶ୍ୱବ୍ୟାପୀ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହି କାରଣରୁ:

  • ଅଶୋଧିତ ତୈଳ (Crude Oil) ଦର ଅହେତୁକ ଭାବେ ବଢ଼ୁଛି।

  • ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଅସ୍ଥିର ରହୁଛି।

  • ରନ୍ଧନ ଗ୍ୟାସ (LPG) ସିଲିଣ୍ଡର ମୂଲ୍ୟ ମଧ୍ୟ ସାଧାରଣ ଲୋକଙ୍କ ପକେଟ ଉପରେ ଚାପ ପକାଉଛି।

ଭବିଷ୍ୟତରେ ଏହି ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା (Special Financial Mechanism) ପ୍ରତିଷ୍ଠା କରିବାକୁ ବିଚାର କରୁଛନ୍ତି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଗୁଡ଼ିକ ହେଲା:

 ଅନ୍ତର୍ଜାତୀୟ ବଜାରରେ ଦର ବଢ଼ିଲେ ମଧ୍ୟ ଏକ ସ୍ୱତନ୍ତ୍ର ପାଣ୍ଠି ଜରିଆରେ ଘରୋଇ ଦରକୁ ନିୟନ୍ତ୍ରଣରେ ରଖାଯିବ।ସାଧାରଣ ପରିବାରର ମାସିକ ବଜେଟ୍ ଯେପରି ପ୍ରଭାବିତ ନହେବ, ସେଥିପାଇଁ ସିଲିଣ୍ଡର ଦରରେ ସ୍ଥିରତା ଅଣାଯିବ। ଯୁଦ୍ଧ କିମ୍ବା ଯୋଗାଣ ବାଧାପ୍ରାପ୍ତ ସମୟରେ ତୈଳ କମ୍ପାନୀଗୁଡ଼ିକୁ ହେଉଥିବା କ୍ଷତି ଭରଣା ପାଇଁ ସରକାର ଆଗୁଆ ବ୍ୟବସ୍ଥା କରିବେ।

Sidha Sambad
Author: Sidha Sambad

Leave a Comment

और पढ़ें