ଭୁବନେଶ୍ୱର/ନୂଆଦିଲ୍ଲୀ (ସିଧା ସମ୍ବାଦ): ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦୁଇ ଦେଶ ମଧ୍ୟରେ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (Bilateral Trade Agreement) ର ପ୍ରଥମ ପର୍ଯ୍ୟାୟ ବା ‘ଫାଷ୍ଟ ଟ୍ରାଞ୍ଚ’ (First Tranche) ଖୁବ୍ଶୀଘ୍ର ସ୍ୱାକ୍ଷରିତ ହେବାକୁ ଯାଉଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ସୋମବାର ଏକ ସମ୍ବାଦିକ ସମ୍ମିଳନୀରେ ଏହି ବଡ଼ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଏହି ଚୁକ୍ତିର ସମସ୍ତ ମୁଖ୍ୟ ବିଷୟ ଓ ସର୍ତ୍ତାବଳୀ ଉପରେ ଦୁଇ ଦେଶର ପ୍ରତିନିଧି ଦଳ ମଧ୍ୟରେ ସହମତି ପ୍ରକାଶ ପାଇସାରିଛି।

: “ଭାରତ ଓ ଆମେରିକା ବ୍ୟବସାୟିକ ଦୁନିଆରେ ନୂଆ ଇତିହାସ ରଚିବାକୁ ଯାଉଛନ୍ତି। ସ୍ୱାକ୍ଷରିତ ହେବାକୁ ଯାଉଛି ବଡ଼ ବାଣିଜ୍ୟ ଚୁକ୍ତି। ସୋମବାର କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ସ୍ପଷ୍ଟ କରିଛନ୍ତି ଯେ, ଚୁକ୍ତିର ପ୍ରଥମ ପର୍ଯ୍ୟାୟ ପାଇଁ ସମସ୍ତ ପ୍ରମୁଖ ବିଷୟ ଉପରେ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି। (ଭିଜୁଆଲ୍: ପୀୟୂଷ ଗୋୟଲଙ୍କ ପ୍ରେସ୍ ମିଟ୍ ଏବଂ ଭାରତ-ଆମେରିକା ସମ୍ପର୍କର ଭିଜୁଆଲ୍)”
“ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର୍ଙ୍କ କହିବା ଅନୁଯାୟୀ, ଚୁକ୍ତିର ୯୯ ପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଛି। ଗତ ଫେବ୍ରୁଆରୀ ୩ ତାରିଖରେ ଏହାର ରୂପରେଖ ପ୍ରସ୍ତୁତ କରାଯାଇଥିବା ବେଳେ ଏବେ ପ୍ରଥମ ପର୍ଯ୍ୟାୟ ସ୍ୱାକ୍ଷର ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଚୁକ୍ତି ଦ୍ୱାରା ଭାରତର ଆର୍ଥିକ ଅଭିବୃଦ୍ଧି ଆହୁରି ମଜବୁତ ହେବ।”
“ଆଗାମୀ କିଛି ଦିନ ମଧ୍ୟରେ ଏହି ଚୁକ୍ତି ଆନୁଷ୍ଠାନିକ ଭାବେ ସ୍ୱାକ୍ଷରିତ ହୋଇପାରେ ବୋଲି ଆଶା କରାଯାଉଛି।
“ଆଗାମୀ କିଛି ଦିନ ମଧ୍ୟରେ ଏହି ଚୁକ୍ତି ଆନୁଷ୍ଠାନିକ ଭାବେ ସ୍ୱାକ୍ଷରିତ ହୋଇପାରେ ବୋଲି ଆଶା କରାଯାଉଛି।




