ଖୁବଶୀଘ୍ର ଉଡ଼ିବ ବିମାନ: ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର-ଜୟପୁର ବିମାନସେବା!

👇समाचार सुनने के लिए यहां क्लिक करें

ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଏକ ବଡ଼ ତଥା ଖୁସିର ଖବର ସାମ୍ନାକୁ ଆସିଛି। ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁରକୁ ଖୁବଶୀଘ୍ର ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି।

ଏହା ସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର (BPIART)ର ବ୍ୟସ୍ତତାକୁ କମାଇବା ଏବଂ ଯାତ୍ରୀମାନଙ୍କୁ ଅଧିକ ଉନ୍ନତ ସେବା ଯୋଗାଇଦେବା ପାଇଁ ଏହାର ନବନିର୍ମିତ ତୃତୀୟ ଏୟାର ଟର୍ମିନାଲ୍ (Terminal-3) କୁ ମଧ୍ୟ ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯିବ।

 ବିମାନ ବନ୍ଦର ପରାମର୍ଶଦାତା କମିଟିର ସଦ୍ୟ ଅନୁଷ୍ଠିତ ବୈଠକରେ ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି।

 ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା ଆରମ୍ଭ ହେବା ଫଳରେ ଦକ୍ଷିଣ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ। ବ୍ୟବସାୟ, ପର୍ଯ୍ୟଟନ ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଲୋକେ ବେଶ୍ ଉପକୃତ ହେବେ।

ବିମାନବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢୁଥିବାରୁ, ତୃତୀୟ ଏୟାର ଟର୍ମିନାଲ୍ କୁ କାର୍ଯ୍ୟକ୍ଷମ କରାଗଲେ ଭିଡ଼ ନିୟନ୍ତ୍ରଣ ହେବା ସହ ଯାତ୍ରୀମାନେ ଅଧିକ ଆରାମଦାୟକ ସେବା ପାଇପାରିବେ।ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ପରାମର୍ଶଦାତା କମିଟିର ଏହି ମିଳିତ ନିଷ୍ପତ୍ତି ଓଡ଼ିଶାର ବିମାନ ଚଳାଚଳ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଖୁବଶୀଘ୍ର ଏହି ସେବାଗୁଡ଼ିକର ଆନୁଷ୍ଠାନିକ ଉଦଘାଟନ ତାରିଖ ମଧ୍ୟ ଘୋଷଣା କରାଯିବ।

Sidha Sambad
Author: Sidha Sambad

Leave a Comment

और पढ़ें