ବାଲେଶ୍ୱର (ସିଧାସମ୍ବାଦ): ପିଇବା ପାଣି ପାଇଁ ଚାଲିଛି ହାହାକାର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ କସବାଜୟପୁର
ପଞ୍ଚାୟତର ଛତ୍ରପୁର ଗାଁରେ ଦେଖିବାକୁ ମିଳିଛି ଏକ ସଂବେଦନଶୀଳ ଘଟଣା। ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ (JE), ଠିକାଦାର ଓ ଜଣେ ସ୍ଥାନୀୟ ରାଜନେତାଙ୍କ ମିଳିତ ଚକ୍ରାନ୍ତ ଯୋଗୁଁ ଗତ ଏକ ମାସ ହେଲା ୧୦ଟି ଅନୁସୂଚିତ ଜାତି (SC) ପରିବାର ପିଇବା ପାଣିରୁ ବଞ୍ଚିତ ହୋଇ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ବସୁଧା ଯୋଜନା ମାଧ୍ୟମରେ ଏହି ପରିବାରଗୁଡ଼ିକୁ ମିଳୁଥିବା ପାଇପ୍ લାଇନ୍ ସଂଯୋଗକୁ ନୂଆ ପାଇପ୍ ଲାଇନ୍ ବିଛାଯିବା ଆଳ ଦେଖାଇ ଇଚ୍ଛାକୃତ ଭାବେ କାଟି ଦିଆଯାଇଛି। ନୂଆ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ବି ଦୀର୍ଘ ମାସେ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ।
କ୍ୟାନ୍ସର ପୀଡ଼ିତଙ୍କ ଦୁର୍ଦ୍ଦଶା: ପାଣି ନଥିବାରୁ ଗ୍ରାମବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏହି ୧୦ଟି ପରିବାର ମଧ୍ୟରେ ଜଣେ କ୍ୟାନ୍ସର (କର୍କଟ) ରୋଗୀ ରହିଛନ୍ତି, ଯିଏ ପିଇବା ପାଣି ମୁନ୍ଦାଏ ପାଇଁ ପ୍ରତିଦିନ ସଂଘର୍ଷ କରୁଛନ୍ତି।
ସାଧାରଣ ଲୋକଙ୍କ ସୌଧିକାର ଓ ମୌଳିକ ଆବଶ୍ୟକତାକୁ ନେଇ ଏଭଳି ବେପରୁଆ ମନୋଭାବକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାପାଳ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ପାଣି ସଂଯୋଗ ପୁନରୁଦ୍ଧାର କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


