ସୁରେଶ ପୂଜାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ବିମାନରୁ ଅନୁଧ୍ୟାନ କଲେ ୪ ଜିଲ୍ଲାର ବନ୍ୟା I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର (ସିଧା ସମ୍ବାଦ): ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ଓ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ଯୋଗୁଁ ସୃଷ୍ଟ ବନ୍ୟା ସ୍ଥିତିର ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ଆକାଶମାର୍ଗରୁ ସ୍ଥିତି ପରଖିଛନ୍ତି।

ଏହି ଆକାଶମାର୍ଗ ନିରୀକ୍ଷଣ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଦେଓରଞ୍ଜନ କୁମାର ସିଂହ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଭାବିତ ଜିଲ୍ଲା ଓ ବ୍ଲକ୍: ବାଲେଶ୍ୱରର ୪ଟି ବ୍ଲକ୍ (ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ୱର), ଭଦ୍ରକର ୨ଟି ବ୍ଲକ୍ (ଧାମନଗର, ଭଣ୍ଡାରୀପୋଖରୀ) ଏବଂ ଯାଜପୁରର ୨ଟି ବ୍ଲକ୍ (ଯାଜପୁର, ଦଶରଥପୁର) ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।ପ୍ରଭାବିତ ଜନସାଧାରଣ: ୮ଟି ବ୍ଲକର ପ୍ରାୟ ୮୧ଟି ଗାଁର ୩୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।ସ୍ଥାନାନ୍ତର: ସୁରକ୍ଷା ଦୃଷ୍ଟିରୁ ୫,୮୦୦ରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।୭ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ: ପ୍ରଭାବିତ ଅଞ୍ଚଳରେ ଚାଲିଥିବା ମାଗଣା ରୋଷେଇ ଘର (Free Kitchens) ମାଧ୍ୟମରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଜଳ ବିଶୋଧନ ଓ ସ୍ୱାସ୍ଥ୍ୟ ସେବା: ବନ୍ୟା ପରବର୍ତ୍ତୀ ସମୟରେ ଝାଡ଼ାବାନ୍ତି ଏବଂ ଜଳବାହିତ ରୋଗରୁ ରକ୍ଷା ପାଇବା ପାଇଁ ପାନୀୟ ଜଳର ବିଶୋଧନ ସହ ହସ୍ପିଟାଲଗୁଡ଼ିକରେ ଆବଶ୍ୟକୀୟ ସର୍ପାଘାତ ପ୍ରତିଷେଧକ (Anti-venom) ମହଜୁଦ ରଖିବାକୁ କୁହାଯାଇଛି।କ୍ଷତିପୂରଣ ଓ ପୁନରୁଦ୍ଧାର: ଘର, ରାସ୍ତାଘାଟ ଓ ଜୋତା/ପାଳିତ ପଶୁଙ୍କ କ୍ଷତିର ତୁରନ୍ତ ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଥାଶୀଘ୍ର ସାହାଯ୍ୟ ଓ ଘର ଭାଙ୍ଗିଥିବା ଲୋକଙ୍କୁ ନୂଆ ଘର ଯୋଗାଇ ଦିଆଯିବ।

Sidha Sambad
Author: Sidha Sambad

Leave a Comment

और पढ़ें