SIR-୨୦୨୬: ଭୋଟର ତାଲିକା ସଂଶୋଧନ ସମୟସୀମା ବୃଦ୍ଧି କଲେ ନିର୍ବାଚନ ଆୟୋଗ; ବିଜେଡିର ଦାବି ପରେ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ I

👇समाचार सुनने के लिए यहां क्लिक करें

SIR Important Letterଭୁବନେଶ୍ୱର (୧ ଅଗଷ୍ଟ ୨୦୨୬): ଓଡ଼ିଶାରେ ଚାଲିଥିବା SIR-୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଦାବି ଓ ଆପତ୍ତି ଦାଖଲ ସମୟସୀମାକୁ ବୃଦ୍ଧି କରାଯାଇଛି। ବିଜୁ ଜନତା ଦଳ (ବିଜେଡି) ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜରିଆରେ ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ସମୟସୀମା ଅତିକମରେ ୩୦ ଦିନ ବୃଦ୍ଧି ପାଇଁ ଦାବି କରିଥିଲେ। ଏହି ଦାବିକୁ ବିଚାରକୁ ନେଇ ନିର୍ବାଚନ ଆୟୋଗ ସଂଶୋଧିତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।

  • ଦାବି ଓ ଆପତ୍ତି ଦାଖଲ: ୦୫ ଜୁଲାଇ – ୧୯ ଅଗଷ୍ଟ ୨୦୨୬

  • ନୋଟିସ୍ ପର୍ଯ୍ୟାୟ ଓ ଦାବି-ଆପତ୍ତିର ସମାଧାନ: ୦୫ ଜୁଲାଇ – ୧୭ ସେପ୍ଟେମ୍ବର ୨୦୨୬

  • ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୨୧ ସେପ୍ଟେମ୍ବର ୨୦୨୬

ଯୋଗ୍ୟ ଭୋଟରଙ୍କ ନାମ ଯେପରି ଭୁଲବଶତଃ କଟି ନଯାଏ, ସେଥିପାଇଁ ବୁଥ୍ ସ୍ତରରେ ASDD (Deleted Voter) ତାଲିକା ଯାଞ୍ଚ କରିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି:

  1. ceoodisha.nic.in/en/bloblamom/ ଲିଙ୍କକୁ ଯାଆନ୍ତୁ।

  2. “Download Polling Station Wise ASDD List” ଉପରେ କ୍ଲିକ୍ କରନ୍ତୁ।

  3. ନିଜର District, Assembly Constituency (AC), ଏବଂ Booth ଚୟନ କରନ୍ତୁ।

  4. Captcha ପୂରଣ କରି Enter ଦବାନ୍ତୁ।

  5. Download ବଟନ୍ କ୍ଲିକ୍ କରି ASDD ତାଲିକା ଡାଉନଲୋଡ୍ କରନ୍ତୁ।

ଗତ ଜୁନ୍ ୨୪-୨୫ BLA-BLO ବୈଠକରେ ପ୍ରଦାନ କରାଯାଇଥିବା ତାଲିକା ସହ ବର୍ତ୍ତମାନର ASDD ତାଲିକା ଓ ଡ୍ରାଫ୍ଟ ଭୋଟର ତାଲିକାକୁ ମିଳାଇ ଦେଖିବାକୁ ପରାମର୍ଶ ଦିଆଯାଇଛି।

  • ଫର୍ମ-୬: ନୂତନ କିମ୍ବା ଚିଠା ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କ ନାମ ସାମିଲ ପାଇଁ (ଘୋଷଣାପତ୍ର ବାଧ୍ୟତାମୂଳକ)

  • ଫର୍ମ-୭: ମୃତ, ସ୍ଥାନାନ୍ତରିତ, ଅଯୋଗ୍ୟ କିମ୍ବା ଦ୍ୱିତୀୟ ନାମ ବିଲୋପ ପାଇଁ।

  • ଫର୍ମ-୮: ନାମ, ବୟସ, ଲିଙ୍ଗ, ଠିକଣା, ଫୋଟୋ ଓ ଅନ୍ୟାନ୍ୟ ସଂଶୋଧନ ପାଇଁ (ଘୋଷଣାପତ୍ର ବାଧ୍ୟତାମୂଳକ)

ସନ୍ଦେହଜନକ କିମ୍ବା ଅନିୟମିତ ଆବେଦନ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଦଳୀୟ ମୁଖ୍ୟାଳୟକୁ ଜଣାଇବା ପାଇଁ ସମସ୍ତ BLA, କର୍ମୀ ଓ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦିଆଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें