ବାରିପଦା ମେଡିକାଲ୍ କଲେଜରେ ସ୍ଥାନ ପାଇଲେ ଜ୍ୟୋତିପ୍ରକାଶ।

👇समाचार सुनने के लिए यहां क्लिक करें

ବାରିପଦା ମେଡିକାଲ୍ କଲେଜରେ ସ୍ଥାନ ପାଇଲେ ଜ୍ୟୋତିପ୍ରକାଶ।
୨/୯
ନିଳଗିରି
ନିଜର ଅଧ୍ୟବସାୟ, ଇଚ୍ଛା ଶକ୍ତି, ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରେରଣା ଓ ବାପା ମାଆ ଙ୍କ ଆଶୀର୍ବାଦ ହିଁ ସଫଳତା ଆଣି ଦେଇଥାଏ। ମାଆ ର ସ୍ନେହ ଆଦର ପାଇବା ପୂର୍ବରୁ ମାଆ ଆରପାରିକୁ ଚାଲି ଯାଇଥିଲା। ବାପାର ମୁହଁକୁ ଚାହିଁ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଆରମ୍ୱ କରିଥିଲା ପ୍ରୟାସ। ଭବିଷ୍ୟତରେ ଦିନେ ଡାକ୍ତର ହୋଇ ସେବା କରିବାର ଆଶା ହିଁ ପୂରଣ କରୁଛି ନୀଳଗିରୀ ଏନ୍ ଏ ସି ର କଦମ ସାହି ଅଞ୍ଚଳର ପୁଅ ଜ୍ୟୋତି ପ୍ରକାଶ ମହାନ୍ତି। ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ମହାନ୍ତି ଙ୍କ ପୁଅ ଜ୍ୟୋତି ପ୍ରକାଶ ମହାନ୍ତି ନୀଟ୍ ପରୀକ୍ଷାରେ ସଫଳତା ହାସଲ ପରେ ଶେଷରେ ବାରିପଦା ସ୍ଥିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଆଡମିଶନ୍ ପାଇଁ ମନୋନୀତ ହୋଇଛନ୍ତି। ଏଥି ପାଇଁ ସବୁ ଆଡୁ ଶୁଭେଚ୍ଛା ର ସୁଅ ଛୁଟିଛି।

Sidha Sambad
Author: Sidha Sambad

Leave a Comment

और पढ़ें