ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ। 

👇समाचार सुनने के लिए यहां क्लिक करें

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ। (ଫୋ)

ନୀଳଗିରି,ତା୪/୯: ପବିତ୍ର ଜନ୍ମାଷ୍ଟମୀ ଅବସରରେ ନୀଳଗିରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭକ୍ତିମୟ ପରିବେଶ ମଧ୍ୟରେ ଭବ୍ୟ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଶ୍ରୀକୃଷ୍ଣ, ରାଧା, ମାଆ ଯଶୋଦା ଙ୍କ ବେଶଭୂଷାରେ ସଜ୍ଜିତ ହୋଇ ଉତ୍ସବରେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ତଥା ଯୁବ ସମାଜସେବୀ ଶ୍ରୀ ଚନ୍ଦ୍ରବିନ୍ଦୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନୀ , ଆଦର୍ଶ, ରାଧା-କୃଷ୍ଣଙ୍କ ଦିବ୍ୟ ପ୍ରେମ ଏବଂ ଶ୍ରୀକୃଷ୍ଣଙ୍କ ଶିକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୌଦ୍ଧିକ ଚିନ୍ତନ ପ୍ରଦାନ କରିଥିଲେ। ଶ୍ରୀକୃଷ୍ଣଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ସତ୍ୟ, ଧର୍ମ ଓ ନୀତିର ପଥରେ ଆଗକୁ ବଢ଼ିବାକୁ ସେ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟରୁ ଏକ ଆକର୍ଷଣୀୟ ଶୋଭାଯାତ୍ରା ବାହାରି ନୀଳଗିରି ବଜାର ପରିକ୍ରମା କରିଥିଲା। ଶ୍ରୀକୃଷ୍ଣ, ରାଧା ଓ ଯଶୋଦାଙ୍କ ବେଶରେ ସୁସଜ୍ଜିତ କୁନି କୁନି ପିଲାମାନଙ୍କ ଉପସ୍ଥିତି ଶୋଭାଯାତ୍ରାକୁ ଅଧିକ ଆକର୍ଷଣୀୟ କରିଥିଲା। ନଗର ପରିକ୍ରମା ସମୟରେ ‘ଜୟ ଶ୍ରୀକୃଷ୍ଣ’ ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଜୟକୃଷ୍ଣ ବାରିକ, ସମ୍ପାଦକ ପ୍ରଦୀପ ବେହେରା ଙ୍କ ସମେତ ସମସ୍ତ ଆଚାର୍ଯ୍ୟ-ଆଚାର୍ଯ୍ୟା, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉତ୍ସବରେ ଉପସ୍ଥିତ ରହି ଏହାକୁ ସଫଳ କରିଥିଲେ।y⁷

Sidha Sambad
Author: Sidha Sambad

Leave a Comment

और पढ़ें