୫ ବର୍ଷରେ ଓଡ଼ିଶାରୁ ୭୨ ହଜାରରୁ ଉର୍ଦ୍ଧ୍ୱ ମହିଳା ନିଖୋଜ: ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

👇समाचार सुनने के लिए यहां क्लिक करें

ସିଧା ସମ୍ବାଦ (ବ୍ୟୁରୋ): ଓଡ଼ିଶାରେ ମହିଳା ନିଖୋଜ ଘଟଣାକୁ ନେଇ ବିଧାନସଭାରେ ଚିନ୍ତାଜନକ ତଥ୍ୟ ଉପସ୍ଥାପିତ ହୋଇଛି। ୨୦୨୧ ରୁ ୨୦୨୫ ବର୍ଷ ମଧ୍ୟରେ ରାଜ୍ୟରୁ ମୋଟ ୭୨,୦୯୦ ଜଣ ମହିଳା ନିଖୋଜ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଲିଖିତ ସୂଚନା ଦେଇଛନ୍ତି।

  • ୨୦୨୩: ୧୩,୯୧୫ ଜଣ ମହିଳା ନିଖୋଜ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦,୬୬୧ ଜଣଙ୍କୁ ଉଦ୍ଧାର/ଠାବ କରାଯାଇଛି।

  • ୨୦୨୪: ୧୬,୦୦୦ ଜଣ ମହିଳା ନିଖୋଜ ହୋଇଥିବା ରିପୋର୍ଟ ହୋଇଥିଲା, ଯେଉଁଥିରୁ ୧୨,୦୧୧ ଜଣଙ୍କୁ ଠାବ କରାଯାଇଛି।

  • ୨୦୨୫: ୧୭,୭୪୭ ଜଣ ମହିଳା ନିଖୋଜ ହୋଇଥିବା ବେଳେ ୨୦୨୬ ଜୁଲାଇ ୩୧ ସୁଦ୍ଧା ୧୨,୦୫୬ ଜଣଙ୍କୁ ପୋଲିସ ଠାବ କରିବାରେ ସଫଳ ହୋଇଛି।

ନିଖୋଜ ମହିଳାମାନଙ୍କୁ ତୁରନ୍ତ ଠାବ କରିବା ଏବଂ ଏହି ସମ୍ବେଦନଶୀଳ ମାମଲାଗୁଡ଼ିକର କଠୋର ତଦନ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ସଦନକୁ ଅବଗତ କରାଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें