କେନ୍ଦୁଝରରେ ଗୁଳିମାଡ଼: ପୋଲିସ କର୍ମଚାରୀଙ୍କ ସ୍ୱାମୀଙ୍କ ମୃତ୍ୟୁ I

👇समाचार सुनने के लिए यहां क्लिक करें

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଜଣେ ପୋଲିସ କର୍ମଚାରୀଙ୍କ ସ୍ୱାମୀଙ୍କୁ ଗୁଳିମାଡ଼ କରି ହତ୍ୟା ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ସେ ନିଜ ଜନସେବା କେନ୍ଦ୍ର ବନ୍ଦ କରି ଘରକୁ ଫେରୁଥିବା ସମୟରେ କେନ୍ଦେଇପଶି ନିକଟରେ ଆକ୍ରମଣର ଶିକାର ହୋଇଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ତାଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି।

ଗୁରୁତର ଅବସ୍ଥାରେ ତାଙ୍କୁ ଧରଣୀଧର ମେଡିକାଲକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଘଟଣା ପରେ ତୁରୁମୁଙ୍ଗା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣ ପଛରେ କିଏ ଏବଂ ହତ୍ୟାର କାରଣ କଣ, ତାହା ସ୍ପଷ୍ଟ ହୋଇନାହିଁ। କେନ୍ଦୁଝର ପୋଲିସର FIR ତଦନ୍ତ ପ୍ରଗତି ଅନଲାଇନରେ ଟ୍ରାକ୍ କରିବା ପାଇଁ ‘ଅନୁସନ୍ଧାନ’ ପୋର୍ଟାଲ ମଧ୍ୟ ରହିଛି

Sidha Sambad
Author: Sidha Sambad

Leave a Comment

और पढ़ें