ରଜକିଆରୀ ଛକରେ ‌ହାଇମାକ୍ସ ଲାଇଟ୍ ଅଚଳ, ପ୍ରଶାସନର ଦୃଷ୍ଟି ପଡୁ I

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୭|୧୦ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକର ସିଧାମୂଳା ପଞ୍ଚାୟତ ଅଧୀନ ଜନଗହଳିପୂର୍ଣ୍ଣ ରାଜକିଆରୀ ଛକରେ ଅବସ୍ଥିତ ହାଇମାକ୍ସ ଲାଇଟ ପୋଷ୍ଟଟି ଦିର୍ଘ ମାସ ଧରି ଅଚଳ ଅବସ୍ଥାରେ ପଡିରହିଛି।ଫଳରେ ସଞ୍ଜ ନଇଁଲେ ଉକ୍ତ ଛକଟି ସଂପୂର୍ଣ୍ଣ ଅନ୍ଧାରରେ ରହୁଛି। ଉକ୍ତ ଛକ ଦେଇ ୪୮ ନଂ ରାଜ୍ଯ ରାଜପଥ ଯାଇଥିବାରୁ ରାତି ତମାମ ଦୂରଗାମୀ ଯାତ୍ରୀବାହି ବସ ଗୁଡିକ ରାଜକିଆରୀ ଛକ ଦେଇ ଯାତାୟାତ କରୁଥିବାରୁ ବସ ଯୋଗେ ଯାତ୍ରା କରିବା ନିମନ୍ତେ ଜନସାଧାରଣ ଉକ୍ତ ଛକରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି।ମାତ୍ର ସଞ୍ଜରୁ ରାତି ତମାମ ଛକଟି ଅନ୍ଧକାରାଚ୍ଛନ୍ନ ହୋଇ ପଡୁଥିବାରୁ ଯାତ୍ରୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।ସର୍ବସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅଚଳ ଅବସ୍ଥାରେ ପଡି ରହିଥିବା ହାଇମାକ୍ସ ଲାଇଟ ଟି କୁ ତୁରନ୍ତ କାର୍ଯ୍ଯକ୍ଷମ କରିବା ଦିଗରେ ବ୍ଲକ ପ୍ରଶାସନ ଓ ସିଧାମୂଳା ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସିଧାମୂଳା ପଞ୍ଚାୟତବାସୀ ଦାବି କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें