ନିଶାମୁକ୍ତ ଅଭିଯାନ ପାଇଁ ସ୍ୱତନ୍ତ୍ର ଚଢ଼ାଉ I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର, ୦୭/୧୦/୨୦୨୬: ରାଜ୍ୟରେ ନିଶାଦ୍ରବ୍ୟର ଅପବ୍ୟବହାର ରୋକିବାକୁ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟର ଅଧିକାରୀମାନେ ପୋଲିସର ସହଯୋଗରେ ଅକ୍ଟୋବର ୧ରୁ ୧୫ ପର୍ଯ୍ୟନ୍ତ ଏହି ଅଭିଯାନ ଚଳାଇଛନ୍ତି।

ଅଭିଯାନରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଓ ଡ୍ରଗ୍ସ ଇନ୍ସପେକ୍ଟରମାନେ ରାଜ୍ୟର ବିଭିନ୍ନ ହୋଲସେଲ ଓ ଖୁଚୁରା ଔଷଧ ଦୋକାନରେ ଚଢ଼ାଉ କରୁଛନ୍ତି। ବିଶେଷକରି ଆଲ୍ପ୍ରାଜୋଲାମ୍, ନାଇଟ୍ରାଜେପାମ୍, ପେଣ୍ଟାଜୋସିନ୍ ଓ ଟ୍ରାମାଡୋଲ୍ ଭଳି ସାଇକୋଟ୍ରୋପିକ୍ ଔଷଧର କ୍ରୟ-ବିକ୍ରୟ ନିୟମ ଯାଞ୍ଚ କରାଯାଉଛି। ବୈଧ ଚିକିତ୍ସକଙ୍କ ପ୍ରେସକ୍ରିପ୍ସନ୍ ବିନା ଏହି ଔଷଧ ବିକ୍ରି ହେଉଛି କି ନାହିଁ, ତାହା ଉପରେ ମଧ୍ୟ ନଜର ରହିଛି।

ଏପର୍ଯ୍ୟନ୍ତ ୨୨୦ଟି ଔଷଧ ବିକ୍ରୟ ପ୍ରତିଷ୍ଠାନରେ ଚଢ଼ାଉ ହୋଇଥିବାବେଳେ, ସେଥିମଧ୍ୟରୁ ୧୩୭ଟି ପ୍ରତିଷ୍ଠାନ ବିରୋଧରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନ, ୧୯୪୦ ଓ ସମ୍ପୃକ୍ତ ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

କେନ୍ଦ୍ରାପଡ଼ାରେ ବଡ଼ ଜବତ
କେନ୍ଦ୍ରାପଡ଼ା ଜିଲ୍ଲାରେ ଚଢ଼ାଉ ବେଳେ ୧୧୦୦ ଆମ୍ପୁଲ୍ ପେଣ୍ଟାଜୋସିନ୍ ଇଞ୍ଜେକ୍ସନ୍ ସମେତ ଅନ୍ୟାନ୍ୟ ଔଷଧ ଓ ମେଡିକାଲ୍ ଡିଭାଇସ୍ ଜବତ ହୋଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୯.୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

Sidha Sambad
Author: Sidha Sambad

Leave a Comment

और पढ़ें