ଚଳିତ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ୩୪୧ ଉଚ୍ଚଶିକ୍ଷାନୁଷ୍ଠାନରେ ନିର୍ବାଚନ, ୨୦୫ଟିରେ ଚୟନ ପଦ୍ଧତି I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଆଜି ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅକ୍ଟୋବର ୭ ତାରିଖ ରାତି ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ୩୨୮ଟି ମହାବିଦ୍ୟାଳୟ ଓ ୧୩ଟି ବିଶ୍ୱବିଦ୍ୟାଳୟ, ମୋଟ ୩୪୧ଟି ଉଚ୍ଚଶିକ୍ଷାନୁଷ୍ଠାନରେ ନିର୍ବାଚନ ମାଧ୍ୟମରେ ଛାତ୍ରନେତା ଚୟନ କରାଯିବ। ସେହିପରି ୨୦୨ଟି ମହାବିଦ୍ୟାଳୟ ଓ ୩ଟି ବିଶ୍ୱବିଦ୍ୟାଳୟ, ମୋଟ ୨୦୫ଟି ଅନୁଷ୍ଠାନରେ ଚୟନ ପଦ୍ଧତିରେ ଛାତ୍ରନେତା ବଛାଯିବେ।

ଚୟନ ପଦ୍ଧତି ଆପଣାଇବାକୁ ଥିବା ୩ଟି ବିଶ୍ୱବିଦ୍ୟାଳୟ ହେଉଛି ଓଡ଼ିଆ ବିଶ୍ୱବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ। ଅନ୍ୟ ୧୩ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ମାଧ୍ୟମରେ ଛାତ୍ରନେତା ଚୟନ କରାଯିବ।

ନିର୍ବାଚନ କାର୍ଯ୍ୟସୂଚୀ

ଅକ୍ଟୋବର ୯: ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ନୋମିନେସନ୍ ଦାଖଲ। ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ନୋମିନେସନ୍ ଯାଞ୍ଚ। ସନ୍ଧ୍ୟା ୫ଟାରେ ବୈଧ ନୋମିନେସନ୍ ତାଲିକା ପ୍ରକାଶ।

ଅକ୍ଟୋବର ୧୦: ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନୋମିନେସନ୍ ପ୍ରତ୍ୟାହାର। ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ।

ଅକ୍ଟୋବର ୧୪: ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ‘Why I Stand For’ ମିଟିଂ ଅନୁଷ୍ଠିତ ହେବ।

ଅକ୍ଟୋବର ୧୫: ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଭୋଟିଂ। ଏହାପରେ ସେହିଦିନ ହିଁ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ।

ଅକ୍ଟୋବର ୧୬: ବିଜୟୀ ଛାତ୍ରନେତାଙ୍କ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଦୀର୍ଘ ବ୍ୟବଧାନ ପରେ ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାରୁ ଛାତ୍ରଛାତ୍ରୀ ଓ ବିଭିନ୍ନ ଛାତ୍ର ସଂଗଠନ ମଧ୍ୟରେ ଉତ୍ସାହ ବଢ଼ିଛି।

Sidha Sambad
Author: Sidha Sambad

Leave a Comment

और पढ़ें