ଷଣ୍ଢକୁ ଧକ୍କା ଦେଇ ବାଇକ୍ ଚାଳକ ମୃତ ମାଛ ବେପାର ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା

👇समाचार सुनने के लिए यहां क्लिक करें

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ଧୋବାଗଡ଼ିଆ-ରାଣୀତାଲ ରାସ୍ତାର ରୁସ୍ତମପୁର ଛକ ନିକଟରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ରାସ୍ତାରେ ଏକ ଷଣ୍ଢକୁ ଧକ୍କା ଦେବା ପରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି।

ମୃତକ ହେଲେ ଉମାକାନ୍ତ ସେଠୀ। ସୂଚନା ଅନୁଯାୟୀ, ଉମାକାନ୍ତ ମାଛ ବେପାର ସାରି ମୋଟରସାଇକେଲ ଯୋଗେ ନିଜ ଘର ଅନ୍ତରା ପଞ୍ଚାୟତର କନ୍ଦଡ଼ା ଗାଁକୁ ଫେରୁଥିଲେ। ଏହି ସମୟରେ ରୁସ୍ତମପୁର ଛକ ନିକଟରେ ରାସ୍ତାରେ ଥିବା ଏକ ଷଣ୍ଢକୁ ତାଙ୍କ ବାଇକ୍ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଖଇରା ଥାନାର ASI ତୁଷାର କାନ୍ତ ପଣ୍ଡା ଥାନା ଗାଡ଼ିରେ ଘଟଣାସ୍ଥଳରେ ପହଞ୍ଚି ଉମାକାନ୍ତଙ୍କୁ ଉଦ୍ଧାର କରି ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

ତେବେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ପାଇଁ ମୃତଦେହକୁ ପୋଲିସ ହେପାଜତରେ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ଘଟଣାକୁ ନେଇ ଖଇରା ପୋଲିସ ତଦନ୍ତ ଜାରି ରଖିଛି।

Sidha Sambad
Author: Sidha Sambad

Leave a Comment

और पढ़ें