ପୂର୍ବ ଶତୃତାକୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ,୬ ଜଣକ ନାମରେ ମାମଲା ରୁଜୁ i

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା, ୦୯/୧୦ (ସିଧା ସମ୍ବାଦ କଳିଙ୍ଗ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ଗଡିଆସାହି ପଞ୍ଚାୟତର ପଥରଗଣ୍ଡ ଗ୍ରାମରେ ଏକ ଭୟାବହ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର ୪୫ ବର୍ଷୀୟା ମହିଳା ଚମ୍ପା ନାଏକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଖଣ୍ଡପଡ଼ା ପୋଲିସ ୬ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାଯାଇଛି।

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ମରଣାନ୍ତକ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ମହିଳା ଚମ୍ପା ନାଏକଙ୍କୁ ଆଶୁ ଚିକିତ୍ସା ନିମନ୍ତେ ପରିବାର ଲୋକେ ତୁରନ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

୬ ଜଣଙ୍କ ନାମରେ ମାମଲା, ପୋଲିସ ଭୂମିକାକୁ ନେଇ ଅସନ୍ତୋଷ

ପ୍ରକାଶଥାଉକି, ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ପଡ଼ୋଶୀ ଝରିଆ ମାଝୀ, ବଳରାମ ମାଝୀ, ଯାମିନୀ ମାଝୀ, ମିନା ମାଝୀ, ବନ ମାଝୀ ଓ ଝିଲି ମାଝୀଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ତେବେ ମାମଲା ରୁଜୁ କରିବା ପରେ ବି ଖଣ୍ଡପଡ଼ା ପୋଲିସ ହାତ ବାନ୍ଧି ବସିଥିବା ନେଇ ଅଭିଯୋଗ ହେଉଛି।

ଖୋଲାମେଲାରେ ବୁଲୁଛନ୍ତି ଅଭିଯୁକ୍ତ; ଏସପିଙ୍କ ହସ୍ତକ୍ଷେପ ଦାବି

ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତମାନେ ଗିରଫ ନହୋଇ ସ୍ଥାନୀୟ ଅଞ୍ଚଳରେ ଖୋଲାମେଲାରେ ବୁଲୁଥିବା ନେଇ ଆହତ ମହିଳାଙ୍କ ପରିବାରବର୍ଗ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହି ମରଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବି ଜୋର ଧରିଛି। ଏଥିସହିତ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ଏହି ମାମଲାରେ ସିଧାସଳଖ ହସ୍ତକ୍ଷେପ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Sidha Sambad
Author: Sidha Sambad

Leave a Comment

और पढ़ें