ଚନ୍ଦନପୁର: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ଛକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଉଲଗ୍ନ କରି ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।
-
ପୋଲିସ ଦ୍ୱାରା ଉଦ୍ଧାର: ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ଚନ୍ଦନପୁର ପୋଲିସ ଖବର ପାଇ ତୁରନ୍ତ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ପଠାଇଛି।
-
ଯୁବକଙ୍କ ପରିଚୟ ଅସ୍ପଷ୍ଟ: ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ପ୍ରକୃତ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ି ନଥିବାବେଳେ ସେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ସନ୍ଦେହ କରାଯାଉଛି।
-
ଗ୍ରାମବାସୀଙ୍କ ଅଭିଯୋଗ ଓ ପୋଲିସର ପ୍ରତିକ୍ରିୟା: ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ଯୁବକ ଜଣକ ମହିଳାଙ୍କୁ ଅସଦାଚରଣ କରିଥିଲେ। ଅନ୍ୟପକ୍ଷରେ, କେବଳ ମହିଳାଙ୍କ ପାଖରେ ବସିଥିବା କାରଣରୁ ଗ୍ରାମବାସୀ ଆକ୍ରୋଶର ଶିକାର କରି ମାଡ଼ ମାରିଥିବା ପୋଲିସ ପ୍ରାଥମିକ ସୂଚନା ଦେଇଛି।
ପୋଲିସ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଥିବାବେଳେ ପ୍ରକୃତ ସତ୍ୟତା କଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବואଳି
ଜଣାପଡ଼ିଛି।