ନୂଆଦିଲ୍ଲୀ:
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି।
ଦିଆଯାଇଛି। ଅଜିତ ଅଗରକରଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଏହି ଗୁରୁଦାୟିତ୍ୱ ପ୍ରଜ୍ଞାନ ଓଝାଙ୍କ ହାତକୁ ଯାଇଛି।
ଅଜିତ ଅଗରକରଙ୍କ ପ୍ରସ୍ଥାନ ପରେ ପ୍ରଜ୍ଞାନ ଓଝା ଅସ୍ଥାୟୀ ଭାବେ ଏହି ଦାୟିତ୍ୱ ତୁଲାଉଥିଲେ। ତେବେ ବର୍ତ୍ତମାନ ବିସିସିଆଇ ପକ୍ଷରୁ ତାଙ୍କୁ ବିଧିବଦ୍ଧ ଭାବେ ଏହି ପଦରେ ଅବସ୍ଥାପିତ କରାଯାଇଛି। ଏହା ସହିତ ରମେଶ ପାୱାର ମଧ୍ୟ ଚୟନ କମିଟିରେ ସାମିଲ ହୋଇଛନ୍ତି। ଆଗାମୀ କ୍ରିକେଟ୍ ବିଶ୍ୱକପ୍ ଏବଂ ଅନ୍ତର୍ଜାତୀୟ ସିରିଜ୍ ଗୁଡ଼ିକ ପାଇଁ ଭାରତୀୟ ଦଳ ଚୟନ କରିବାରେ ଓଝାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।
ଓଡ଼ିଶା ସହ ନିବିଡ଼ ସମ୍ପର୍କ ରଖିଥିବା ଏବଂ ପୂର୍ବରୁ ଭାରତ ପାଇଁ ଅନେକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଜ୍ଞାନ ଓଝାଙ୍କ ଏହି ନୂତନ ସଫଳତା ପାଇଁ କ୍ରିକେଟ୍ ଜଗତରେ ଶୁଭେଚ୍ଛାର ସୁଅ ଛୁଟିଛି।