ବଣସୀମା ସାଂସ୍କୃତିକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା। ମହୋତ୍ସବ ସଂସ୍କୃତିର ପରିଚୟ : ଇଂ ସୁକାନ୍ତ ।

👇समाचार सुनने के लिए यहां क्लिक करें

ନୀଳଗିରି- ୯/୪(ସିଧାସମ୍ବାଦ);
ନୀଳଗିରି ବ୍ଲକ ବରହମପୁର ସ୍ଥିତ ମିନିଷ୍ଟାଡିୟମରେ ଅନୁଷ୍ଠିତ ବଣସୀମା ସାଂସ୍କୃତିକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ମହୋତ୍ସବ ସଂସ୍କୃତିର ପରିଚୟ ଦେଇଥାଏ ବୋଲି କହିଥିଲେ।ମୁଖ୍ଯବକ୍ତା ଭାବେ ପ୍ରାଧ୍ୟାପକ ଡ.ପ୍ରଦୀପ୍ତ କୁମାର ମିଶ୍ର ଯୋଗଦେଇ ମହୋତ୍ସବର ଗାଥା କହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଡ. ଲେଖାଶ୍ରୀ ସାମନ୍ତ ସିଂହାର,ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ,୧୧ ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ସୁବର୍ଣ୍ଣ ମଞ୍ଜରୀ ସିଂ, ସମାଜସେବୀ ତଥା ବରିଷ୍ଠ ବିଜେଡିନେତା ମଦନମୋହନ ମାଝୀ,ଉପେନ୍ଦ୍ର ଦାସ,ଗଙ୍ଗାଧର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।ସନ୍ତୋଷ ବେହେରା ସଭାପତିତ୍ବ କରିଥିବା ବେଳେ ଅକ୍ଷୟ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଶହଶହ ଦର୍ଶକ ମନଭରି ଉପଭୋଗ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें