ଘର ଭୁଶୁଡ଼ି ମୃତ୍ୟୁବରଣ କରିଥିବା ପରିବାରକୁ ସହାୟତା ପ୍ରଦାନ ପାଇଁ ପୂର୍ବତନ ବିଧାୟକଙ୍କ ଦାବୀ।

👇समाचार सुनने के लिए यहां क्लिक करें

ନୀଳଗିରି – ୧୪/୫(ସିଧାସମ୍ବାଦ);
କାଳବୈଶାଖୀରେ ଘର ଭୁଶୁଡି ମୃତ୍ୟୁବରଣ କରିଥିବା ରବି କିସ୍କୂଙ୍କ ପରିବାରକୁ ସହାୟତା ପାଇଁ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଗତ ୧୨ତାରିଖ ନୀଳଗିରି ବ୍ଲକ ଛତ୍ରପୁର ପଞ୍ଚାୟତ ଟିଲାସାହି ଗ୍ରାମର ରବି କିସ୍କୂଙ୍କ ଅସ୍ଥାୟୀ ଘର କାଳବୈଶାଖୀ ପ୍ରଭାବରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା।ଅସ୍ଥାୟୀ ଛପର ଘରତଳେ ଥିବା କିସ୍କୂଙ୍କ ପରିବାର ଲୋକଙ୍କ ସମେତ ରବି କିସ୍କୁଙ୍କ ଉପରେ ଘରଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ରବିଙ୍କର ଗୋଡ଼, ହାତ, ଛାତି, ମେରୁଦଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁଁ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ନୀଳଗିରି, ବାଲେଶ୍ୱର ଏବଂ ପରେ ଗୁରୁତର ହୋଇପଡିବାରୁ କଟକ ଏସସିବି ବଡ଼ମେଡ଼ିକାଲ ନେଇ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସା କରାଯାଉଥିବା ବେଳେ ଗତ ୧୪ତାରିଖ ରାତି ପ୍ରାୟ ୧ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।ସ୍ୱର୍ଗତ ରବିଙ୍କର ବିଧବା ପତ୍ନୀଙ୍କ ସମେତ ତିନୋଟି ସନ୍ତାନ ଥିବା ଜଣାଯାଇଛି।ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବ ଯୋଗୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ପକ୍କାଘର ନିର୍ମାଣ କରିପାରି ନଥିବାରୁ ଅସହାୟ ପରିବାରବର୍ଗଙ୍କୁ ଥଇଥାନ କରିବା ସହ ଅନ୍ତେଷ୍ଟିକ୍ରିୟା ପାଇଁ ରାଜ୍ୟ ସରକାରଙ୍କ ରେଡକ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ବାଲେଶ୍ୱର ଜିଲ୍ଲାପାଳ ସମେତ ନୀଳଗିରି ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ଚିଠିଲେଖି ଦଶାହକ୍ରିୟା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें