ସିପିଆଇ (ଏମ) ୨୪ ତମ ।

👇समाचार सुनने के लिए यहां क्लिक करें

ସିପିଆଇ (ଏମ) ୨୪ ତମ ପାର୍ଟି କଂଗ୍ରେସ ର ରିପୋର୍ଟିଂ।

ନୀଳଗିରି,୨୩/୦୬(ସିଧାସମ୍ବାଦ);
ସିପିଆଇ (ଏମ) ୨୪ ତମ ତମ ପାର୍ଟୀ କଂଗ୍ରେସ ର ରିପୋର୍ଟିଂ, ସୋମବାର ପୁର୍ବାହ୍ନରେ ନୀଳଗିରି ଏନଏସି କଲ୍ୟାଣ ମଣ୍ଡପ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ନୀଳଗିରି ଆଂଚଳିକ କମିଟି ସମ୍ପାଦକ ଜ୍ୟୋତିର୍ମୟ ରାଉତ ସଭାପତିତ୍ବ କରିଥିଲେ । ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଆନ୍ତର୍ଜାତିକ, ଜାତୀୟ, ପରିସ୍ଥିତି ଉପରେ ଆଲୋଚନା କରି କହି ଥିଲେ ଯେ, ବର୍ତ୍ତମାନ ଆମେରିକା ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରୁଛି। ଯୁଦ୍ଧ ପାଇଁ ଅନ୍ୟ ଦେଶ ମାନଙ୍କୁ ପ୍ରବର୍ତ୍ତାଉଛି। ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ଦେଶର ବେକାରୀ ସମସ୍ୟା ବଢ଼ି ଚାଲିଛି। ଶ୍ରମିକ ମାନେ ଦାଦନ ଖଟିବାକୁ ବାହାର୍
ଦେଶ ଓ ରାଜ୍ୟ କୁ ଯାଉ ଛନ୍ତି। ଦର ବୃଦ୍ଧି ସହିତ ଅନାହାର ରେ ଲୋକେ ମୃତ୍ୟୁ ବରଣ କରୁଛନ୍ତି। ମୋଦୀ ସରକାର କୁ କ୍ଷମତା ରୁ ହଟାଇ ବାକୁ ପଡିବ। ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ଯ ବିଜୟ କୁମାର ପାତ୍ର ପାର୍ଟୀ ର ସଂଗଠନ କୁ ବଢାଇବା ପାଇଁ, ୫ ସୁତ୍ରୀ କାର୍ଯ୍ଯ ର ଅବତରଣା କରିଥିଲେ। ଦଳର ସାଥୀ ମାନେ ଲୋକଙ୍କ ପାଖକୁ ଯିବା ପାଇଁ କହିଲେ ତତ୍ ସହିତ ଯୁବକ ମାନଙ୍କୁ ପାର୍ଟୀ କୁ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ କହିଥିଲେ। ଯୁବକ ମାନେ ନ ରହିଲେ ପାର୍ଟୀ ବଢିବ ନାହିଁ। ଜିଲ୍ଲା ସମ୍ପାଦକ ଶିଶିର ହୁଇ ପାର୍ଟୀ ବଢି ବାର ପଥ ପ୍ରଦର୍ଶନ କରିଥିଲେ। ରାଜ୍ୟ କମିଟି ସଭ୍ଯ ସିତାଂଶୁ ସେନାପତି ଆଗାମୀ ଦିନରେ ପାର୍ଟୀ ବଢିବା ପାଇଁ ଉଦବେଗ ପ୍ରକାଶ କରିଥିଲେ। ଆସନ୍ତା ଜୁଲାଇ ୯ ତାରିଖ ସାଧାରଣ ଧର୍ମଘଟ କୁ ସଫଳ କରିବା ପାଇଁ କହିଥିଲେ। ଶେଷରେ ଜିଲ୍ଲା କମିଟି ସଭ୍ୟ ସତ୍ୟଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଦିବାକର ବାରିକ, ନାରାୟଣ ଧାମୁଡ଼ିଆ , ମୃତ୍ୟୁଞ୍ଜୟ ନାୟକ, ଲକ୍ଷ୍ମଣ ସ , ଅନ୍ନପୂର୍ଣ୍ଣା ମଲ୍ଲିକ, ମହୀ ସିଂ, ଲକ୍ଷ୍ମୀଧର ସାହୁ, ଗଜେନ୍ଦ୍ର ସିଂ, ପୁରୁଷୋତ୍ତମ ଖଣ୍ଡେଇ ଙ୍କ ସମେତ ବହୁ ସାଥୀ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें