ଭାଲୁ ଆକ୍ରମଣରେ ଚାଷୀ ଗୁରୁତ୍ଵର।

👇समाचार सुनने के लिए यहां क्लिक करें

ଭାଲୁ ଆକ୍ରମଣରେ ଚାଷୀ ଗୁରୁତ୍ଵର।

ନୀଳଗିରି,୩/୭(ସିଧାସମ୍ବାଦ);
ନୀଳଗିରି ବ୍ଲକ କେ.ପି.ଲାଖରାଜ ପଞ୍ଚାୟତ କାଠଗୋଛି ଗ୍ରାମର ନରହରି ମଲ୍ଲିକ (୭୩)ବିଲରେ ଧାନ ତଳି ପକାଉଥିବା ବେଳେ ଭାଲୁ ଆକ୍ରମଣରେ ଶିକାର ହୋଇ ନୀଳଗିରି ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଦିନ ପ୍ରାୟ ୧.୩୦ ସମୟରେ ନରହରି ବିଲରେ ତଳି ପକାଉଥିବା ବେଳେ ପାଖରେ ଥିବା ପଦା ପାଖ ବୁଦାରୁ ଭାଲୁଟିକୁ ଦେଖି ଅନ୍ୟ ଚାଷୀ ମାନେ ଗୁଡାଇ ଥିଲେ | ଭାଲୁଟି ଯାଉ ଯାଉ ଚାଷୀ ନରହରି ଙ୍କ ଜଙ୍ଘରେ କାମୁଡ଼ି ଦେଇ ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପକାଇଥିଲା । ଉପସ୍ଥିତ ଚାଷୀ ରଘୁଙ୍କୁ ରକ୍ତ ଜୁଡୁ ବୁଡ ଅବସ୍ଥାରେ ୧୦୮ ଯୋଗେ ନୀଳଗିରି ଚିକିତ୍ସାଳୟକୁ ଆଣିଥିଲେ।ନରହରି ଙ୍କ କାନକୁ ଶୁଭୁ ନଥିବା ଓ ଆଖିକୁ ଦୂରବାଟ ପର୍ଯ୍ୟନ୍ତ ଦେଖିପାରୁନଥିବା କାରଣରୁ ଏଭଳି ଘଟଣା ଘଟିଥିବା ପୁଅ ବାବୁ ମଲ୍ଲିକ ପ୍ରକାଶ କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें