ସୁରକ୍ଷିତ ବିଦ୍ୟୁତ ଭିତ୍ତିଭୂମି ଆମର ପ୍ରାଥମିକତା- ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

👇समाचार सुनने के लिए यहां क्लिक करें

ଭୁବନେଶ୍ୱର- ୦୩/୦୭/୨୦୨୫

ଆଜି ଲୋକସେବା ଭବନରେ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି)ର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ । ରାଜ୍ୟର ୩୦ ପ୍ରତିଶତରୁ ଅଧିକ ଲୋଡ଼ର ଚାହିଦା ପୂରଣ କରି ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ । ଏହାସହ, ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସ୍ଥାପନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ମଧ୍ୟ କରିଥାଏ । ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମର ତଥ୍ୟ ପରିଚାଳନା, କାର୍ଯ୍ୟାବଳୀର ସୁରକ୍ଷା ଭିତ୍ତିଭୂମି ସୁଦୃଢ଼ ଓ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ଅପଗ୍ରେଡ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି । କ୍ଲାଉଡ଼ କମ୍ପୁଟିଙ୍ଗ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଉଚ୍ଚମାନର ବୈଷୟିକ ଜ୍ଞାନ କୌଶଳ ଜରିଆରେ ଏହାର ସୁରକ୍ଷା ପାଇଁ ପ୍ରସ୍ତାବ ଦିଆଯାଇଛି ।

ଏହି ପରିପ୍ରେକ୍ଷୀରେ ବୈଷୟିକ ସୁରକ୍ଷା ପ୍ରଦାନକାରୀ ସଂସ୍ଥା ମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରାଯାଉଛି । ରେଲଟେଲ (RailTel) ନାମକ ସଂସ୍ଥା ଏନେଇ ଆଜି ଏକ ଉପସ୍ଥାପନା ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ପ୍ରଦର୍ଶିତ କରିଥିଲେ । ଏହି ଉପସ୍ଥାପନା ପ୍ରଦର୍ଶନବେଳେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେଦାର ରଞ୍ଜନ ପାଣ୍ଡୁ, ବିତ୍ତ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବୀଦତ୍ତ ତ୍ରିପାଠୀ, ରେଲଟେଲର ରେଳ ଅଧିକାରୀ ମାନେ ଯୋଗଦେଇଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें