ନୂଆପଡ଼ା ଉପନିର୍ବାଚନ ପାଇଁ ଅକ୍ଟୋବର ୯ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା।

👇समाचार सुनने के लिए यहां क्लिक करें

ନୂଆପଡ଼ା ୧୪/୦୯(ସିଧାସମ୍ବାଦ)ନୂଆପଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ(ଏସଏସଆର) କାର୍ଯ୍ୟକାରୀ କରାଯିବ। ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏ ନେଇ ଭାରତ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ପକ୍ଷରୁ ନିର୍ଦେଶନାବା ଜାରି ହୋଇଛି। ଏଥିଲାଗି ବିଭିନ୍ନ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଛି।

ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର ୧୪ରୁ ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ ବା ପରିବର୍ତ୍ତନ ହେବ। ୧୫ ତାରିଖରେ ସମନ୍ବିତ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଏହି ଦିନଠାରୁ ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ଦାବି ଏବଂ ଆପତ୍ତି ଦାଖଲ କରାଯିବା ଲାଗି ଦିନ ଧାର୍ଯ୍ୟ ହୋଇଛି। ଅକ୍ଟୋବର ୭ରେ ଦାବି ଏବଂ ଆପତ୍ତିର ସମାଧାନ ହେବ। ଅକ୍ଟୋବର ୯ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ସୂଚନାଯୋଗ୍ୟ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପ​‌ରେ ଉକ୍ତ ଆସନ ଖାଲିପଡ଼ିଛି। ସେଠାରେ ୬ ମାସ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

Sidha Sambad
Author: Sidha Sambad

Leave a Comment

और पढ़ें